www.samajalive.in
Sunday, December 7, 2025
15.1 C
Bhubaneswar

ଅନ୍ତର୍ଜାତୀୟ ଦୁର୍ନୀତି ନିରୋଧୀ ଦିବସ: ସୁଧୁରୁଛି ଦେଶର ସ୍ଥିତି

(ସମାଜ ପୋର୍ଟାଲ ଡେସ୍କ): ବିଶ୍ୱ ସ୍ତରରେ ଆମେ ଯେତିକି ବିକାଶ ଲକ୍ଷ୍ୟ ହାସଲ କରୁଛେ, ଦୁର୍ନୀତିର କୁପ୍ରଭାବ ଆମକୁ ସେତିକି କବଳିତ କରୁଛି। ଅତ୍ୟନ୍ତ କ୍ଷୁଦ୍ର ସ୍ତରରୁ ଆଜି ବିଶ୍ୱର କୋଣ ଅନୁକୋଣରେ ଦୁର୍ନୀତି ଏକ ସହଜ ସାଧ୍ୟ ପ୍ରସଙ୍ଗ ପାଲଟିଛି। ଏହାର ମୂଳୋତ୍ପାଟନ ପାଇଁ ବିଶ୍ୱ ସ୍ତରରେ ଗ୍ରହଣ କରାଯାଉଥିବା ଉଦ୍ୟମ ସ୍ୱରୂପ ଆଜିର ଦିନଟିକୁ ଅର୍ଥାତ୍‍ ଡିସେମ୍ବର ୯ ତାରିଖକୁ ଅନ୍ତର୍ଜାତୀୟ ଦୁର୍ନୀତି ନିରୋଧୀ ଦିବସ(ଆଣ୍ଟି କରପ୍ସନ୍‍ ଡେ’) ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି, “ଦୁର୍ନୀତି ବିରୋଧରେ ଏକତ୍ର ହେବା”।
ନିକଟରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ, ଚଳିତ ଆର୍ଥିକ ବର୍ଷରେ ଦେଶର ୨୦ ରାଜ୍ୟରେ ଦୁର୍ନୀତି ୧୦ ପ୍ରତିଶତ କମ୍‍ ହୋଇଛି। ଭାରତୀୟ ଦୁର୍ନୀତି ସର୍ବେକ୍ଷଣ ରିପୋର୍ଟ ଅନୁସାରେ, ସରକାରୀ କାର୍ଯ୍ୟରେ ହେଉଥିବା ଲାଞ୍ଚ କାରବାରରେ କିଛିଟା ଲଗାମ ଲାଗିଛି। ଏକ ବେସରକାରୀ ସଂସ୍ଥା ୨୦୧୮ର ଦୁର୍ନୀତି ତାଲିକା ରିପୋର୍ଟ ଜାରି କରିଛି। ଏଥିରେ ଭାରତ, ଆର୍ଜେଣ୍ଟିନା, ଆଇଭୋରୀ କୋଷ୍ଟ ଅଫ୍‍ ଗୁୟାନା ଭଳି ଦେଶର ସ୍ଥିତ ପୂର୍ବାପେକ୍ଷା ସୁଧୁରିଛି। ଗତ ବର୍ଷ ଭାରତ ଏହି ରିପୋର୍ଟରେ ୪୦ ଅଙ୍କ ସହିତ ୮୧ତମ ନମ୍ବରରେ ଥିଲା। ଦୁନିଆର ୧୮୦ ଦେଶର ତାଲିକାରେ ଭାରତର ସ୍ଥିତି ସୁଧୁରି ୭୮ତମ ନମ୍ବରରେ ପହଞ୍ଚିଛି। ଅନ୍ୟପକ୍ଷରେ ଏହି ତାଲିକାରେ ପଡ଼ୋଶୀ ଦେଶ ଚୀନ ୮୭ତମ ସ୍ଥାନ ଓ ପାକିସ୍ତାନ ୧୧୭ତମ ସ୍ଥାନରେ ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories