www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା : ସୁପରସୋନିକ୍ କ୍ରୁଜ ମିସାଇଲ୍ ବ୍ରହ୍ମୋସର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ପଡୋଶୀ ଚୀନ ଓ ପାକିସ୍ତାନ ସହ ଭାରତର ତିକ୍ତତା ଲାଗି ରହିଥିବା ସମୟରେ ଭାରତୀୟ ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା ମିଳିଛି। ଭାରତ ନିଜର ସୁପରସୋନିକ କ୍ରୁଜ ମିସାଇଲ୍‌ ବ୍ରହ୍ମୋସର ଆଉ ଏକ ସଫଳ ପରୀକ୍ଷଣ କରିଛି । ସକାଳ ୧୦ଟାରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରୁ ଉତକ୍ଷେପଣ କରାଯାଇଥିଲା । ଅନ୍ୟ ଏକ ଦ୍ୱୀପରେ ସଫଳତାର ସହ ଟାର୍ଗେଟ ଭେଦିଥିଲା ବ୍ରହ୍ମୋସ ମିସାଇଲ୍‌ । ଲ୍ୟାଣ୍ଡ ଆଟାକ୍ ଭର୍ସନର ସୁପରସୋନିକ କ୍ରୁଜ ମିସାଇଲ୍‌ ବ୍ରହ୍ମୋସକୁ ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଘଠନ (ଡିଆରଡିଓ) ପକ୍ଷରୁ ଏହାକୁ ବିକାଶ କରାଯାଇଛି ।


ଆଜି ପରୀକ୍ଷଣ କରାଯାଇଥିବା  ବ୍ରହ୍ମୋସ ଏହି ମିଜାଇଲର ଅପଗ୍ରେଡେଡ୍ ଭର୍ଜନ ବୋଲି ଜଣାପଡିଛି । ପରୀକ୍ଷଣ ହୋଇଥିବା ମିସାଇଲ୍‌ ଏକ କ୍ରୁଜ ମିସାଇଲର ଲ୍ୟାଣ୍ଡ ଆଟାକ ଭର୍ସନ । ଯାହାର ମାରକ କ୍ଷମତା ବଢାଯାଇ ୪୦୦ କିଲୋମିଟରରୁ ଅଧିକ ରଖାଯାଇଛି । ଏହାର ଲକ୍ଷ୍ୟଭେଦ କ୍ଷମତାକୁ ୨୯୮ କିଲୋମିଟରରୁ ୪୦୦ କିଲୋମିଟରକୁ ବୃଦ୍ଧି କରାଯାଇଛି । ଗତ ମାସ ସୁଦ୍ଧା, ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ମାତ୍ର ୩୫ ଦିନ ମଧ୍ୟରେ ଅତି କମରେ ୧୦ ଟି କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା ।

- Advertisement -

ବ୍ରହ୍ମୋସ ହେଉଛି ଏକ ମଧ୍ୟମ ରେଞ୍ଜ ସୁପରସୋନିକ କ୍ଷେପଣାସ୍ତ୍ର ଯାହାକୁ ବୁଡ଼ାଜାହାଜ, ଜାହାଜ, ଯୁଦ୍ଧବିମାନ ଓ ଭୂପୃଷ୍ଠରୁ ମାଡ କରାଯାଇ ପାରିବ । ଏହା ବିଶ୍ବର ଦ୍ରୁତତମ କ୍ରୁଜ୍‌ କ୍ଷେପଣାସ୍ତ୍ର ହେବା ସହ ଏହା ଦ୍ରୁତତମ ଆଣ୍ଟି-ଶିପ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ମଧ୍ୟ । ବ୍ରହ୍ମୋସ-୨, କ୍ଷେପଣାସ୍ତ୍ରର ହାଇପରସୋନିକ ସଂସ୍କରଣ ମଧ୍ୟ ବର୍ତ୍ତମାନ ବିକଶିତ କରାଯାଉଛି ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories