ଆନ୍ଧ୍ରପ୍ରଦେଶ: ସକାଳୁ ସକାଳୁ ଆନ୍ଧପ୍ରଦେଶର କଡପ୍ପା-ରାୟାଛୋଟି ଜାତୀୟ ରାଜପଥ ଗୁଭାଲାଚେରୁଭୁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ଟ୍ରକ ମୁହାଁମୁହିଁ ଧକ୍କାରେ ୫ଜଣଙ୍କ ଜୀବନ ଯାଇଛି। ସୂଚନା ଅନୁସାରେ କାରରେ ଥିବା ସମସ୍ତ ଯାତ୍ରୀ ନିଜର ପରିଜନଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ କାରରେ ଥିବା ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରକ ଚାଳକଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।
Popular Categories



