www.samajalive.in
Monday, December 8, 2025
20.1 C
Bhubaneswar

ପାକିସ୍ତାନୀ ଭୂମିକା ମିଳିବାରୁ ଚଳଚ୍ଚିତ୍ର ଛାଡ଼ିଲେ ବିଗ୍ ବି

ମୁମ୍ବଇ : ପାକିସ୍ତାନୀ ବ୍ୟକ୍ତିର ଭୂମିକା ମିଳିବାରୁ ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନ ଜଣେ ହଲିଉଡ଼ ନିର୍ଦ୍ଦେଶକଙ୍କ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ମନା କରିଦେଇଛନ୍ତି। ଓସ୍କାର ବିଜେତା ହଲିଉଡ଼ ନିର୍ଦ୍ଦେଶକ ରେସଲ ପୋକ୍ୟୁଟି ବିଗ୍ ବିଙ୍କୁ କିଛିଦିନ ପୂର୍ବରୁ ତାଙ୍କ ଚଳଚ୍ଚିତ୍ରରେ ଅଭିନୟ ପାଇଁ ପ୍ରସ୍ତାବ ଦେଇଥିଲେ। ସେତେବେଳେ ବିଗ୍ ବି ଏହି ପ୍ରସ୍ତାବରେ ସହମତି ପ୍ରକାଶ କରିଥିଲେ। ମାତ୍ର ନିକଟରେ ଘଟିଥିବା ପୁଲୱାମା ଆକ୍ରମଣ ପରେ ସେ ଏଥିରୁ ଓହରିବା ପାଇଁ ନିଷ୍ପତ୍ତି ନେଇଥିବା କୁହାଯାଉଛି।

ସୂଚନାଯୋଗ୍ୟ, ଅମିତାଭ ଏବେ ‘ତେରା ୟାର୍ ହୁଁ ମୈ’ ଚଳଚ୍ଚିତ୍ରର ଶୁଟିଂରେ ବ୍ୟସ୍ତ ଅଛନ୍ତି। ନିଜର ବ୍ୟସ୍ତ କାର୍ଯ୍ୟସୂଚୀ କାରଣରୁ ସେ ରେସଲଙ୍କ ଏହି ଚଳଚ୍ଚିତ୍ର ପାଇଁ ସମୟ ଦେଇ ପାରୁନଥିଲେ। ତାଙ୍କ କାର୍ଯ୍ୟସୂଚୀ ଅନୁସାରେ ‘ବ୍ରହ୍ମାସ୍ତ୍ର’ ଓ ‘ତେରା ୟାର୍ ହୁଁ ମୈ’ର ଶୁଟିଂ ପରେ ହିଁ ତାଙ୍କୁ ସମୟ ମିଳିବ। ରେସଲ ମଧ୍ୟ ତାଙ୍କ ପାଇଁ ଦୀର୍ଘଦିନ ଧରି ଅପେକ୍ଷା କରିଥିଲେ। ହେଲେ ଏବେ ଭାରତ-ପାକ୍ ମଧ୍ୟରେ ଲାଗିରହିଥିବା ତିକ୍ତତାକୁ ଦୃଷ୍ଟିରେ ରଖି ଅମିତାଭ ଏଥିରେ ଅଭିନୟ କରିବା ପାଇଁ ସମ୍ପୂର୍ଣ୍ଣ ରୂପେ ମନା କରିଦେଇଥିବା ଜଣାପଡ଼ିଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories