www.samajalive.in
Monday, December 8, 2025
20.1 C
Bhubaneswar

ଏପ୍ରିଲ ୧୫ରେ ହେବ ଟିକ୍‌ଟକ୍‌ ଆପ୍ ମାମଲାର ଶୁଣାଣି

ନୂଆଦିଲ୍ଲୀ : ଟିକ୍‌ଟକ୍ ଆପରେ ଥିବା ଅଶ୍ଳୀଳ ଭିଡିଓ ଡାଉନଲୋଡ ଉପରେ ରୋକ ଲଗାଇବାକୁ ମାଡ୍ରାସ ଉଚ୍ଚ ନ୍ୟାୟାଳୟ କେନ୍ଦ୍ରକୁ ଦେଇଥିବା ନିର୍ଦେଶ ଉପରେ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଆସନ୍ତା ୧୫ ତାରିଖରେ ସୁପ୍ରିମକୋର୍ଟ ଟିକ୍‌ଟକ୍‌ ମାମଲାରେ ଶୁଣାଣି କରିବେ ବୋଲି ସୂଚନା ମିଳିଛି । ଠିକ୍‌ ସମୟରେ ଶୁଣାଣି ହେବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି। ଏହି ଆପ୍ ମାଧ୍ୟମରେ ସମାଜକୁ ଅଶ୍ଳୀଳ ଏବଂ ଅରୁଚିକର ବାର୍ତ୍ତା ଯାଉଥିବା ଅଭିଯୋଗରେ ଏପ୍ରିଲ ୩ ତାରିଖରେ ମାଡ୍ରାସ ହାଇକୋର୍ଟ ଟିକଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଜନହିତ ପିଟିସନ ଆଧାରରେ କୋର୍ଟ ଅସ୍ଥାୟୀ ଆଦେଶ ମଧ୍ୟ ଜାରି କରିଥିଲେ । ଏତତ୍ ବ୍ୟତୀତ କୋର୍ଟ ଏହା ମଧ୍ୟ କହିଥିଲେ ଯେ, ଟିକ୍‌ଟକ୍‌ ଭିଡିଓକୁ ଫେସବୁକ୍ ଭଳି ସୋସିଆଲ ମିଡିଆରେ ଶେୟାର କରିବା ଉପରେ ରୋକ ଲଗାଯିବ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories