www.samajalive.in
Tuesday, December 9, 2025
16.1 C
Bhubaneswar

ମୋଦୀଙ୍କ ଜୀବନୀ ପୁସ୍ତକ ‘କର୍ମଯୋଦ୍ଧା ଗ୍ରନ୍ଥ’ ଉନ୍ମୋଚିତ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଗତ ୬ ବର୍ଷ ଧରି ପାରଦର୍ଶୀ ଏବଂ ଦୁର୍ନୀତି ମୁକ୍ତ ପ୍ରଶାସନ ପ୍ରଦାନ କରିଛନ୍ତି ଓ ବର୍ତ୍ତମାନର ସରକାରଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କୌଣସି ଦୁର୍ନୀତି ଅଭିଯୋଗ ଆସିନାହିଁ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଏବଂ କାର୍ଯ୍ୟକଳାପ ସମ୍ପର୍କରେ ଲିଖିତ ପୁସ୍ତକ ‘କର୍ମଯୋଦ୍ଧା ଗ୍ରନ୍ଥ’ ଉନ୍ମୋଚନ ଅବସରରେ ଶାହା କହିଛନ୍ତି, ଏନ୍‍.ଡି.ଏ. ସରକାର କୃଷି, ଶିଳ୍ପ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିଛନ୍ତି।

ସେ କହିଛନ୍ତି ଯେ ତୋଷାମତକାରୀ ରାଜନୀତି, ଜାତିବାଦ ଏବଂ ବଂଶବାଦ ରାଜନୀତିକୁ ଲୋପ କରି ନରେନ୍ଦ୍ର ମୋଦୀ ସରକାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ୧୯୬୭ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଏହି ଧାରା ଦେଶର ରାଜନୀତିକୁ ଦୁର୍ବଳ କରିଦେଇଥିଲା। ୩୭୦ ଧାରା ଉଚ୍ଛେଦ, ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ, ଅଯୋଧ୍ୟା ଜମି ବିବାଦର ସମାଧାନ ଏବଂ ତିନି ତଲାକ ଆଦି ପ୍ରସଙ୍ଗରେ ସରକାର କଠୋର ନିଷ୍ପତ୍ତି ନେଇଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories