www.samajalive.in
Tuesday, December 9, 2025
16.1 C
Bhubaneswar

ଦିଲ୍ଲୀରେ କରୋନା ନିୟନ୍ତ୍ରଣ ପାଇଁ ଶାହାଙ୍କ ସମୀକ୍ଷା ବୈଠକ : ଦ୍ବିଗୁଣିତ ହେବ ଆର୍‌ଟି-ପିସିଆର ପରୀକ୍ଷା, ବଢିବ ଆଇସିୟୁ ଶଯ୍ୟା

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ସମୀକ୍ଷା ବୈଠକ କରିଛନ୍ତି। ସମୀକ୍ଷା ବୈଠକରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ ଲାଗି ଅନେକଗୁଡିଏ ପଦକ୍ଷେପ ନିଆଯାଇଛି। ଏହା ସହିତ ଦିଲ୍ଲୀ ସରକାରଙ୍କୁ ଅଧିକ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ପଦକ୍ଷେପ ମଧ୍ୟରେ ଦିଲ୍ଲୀରେ କରୋନା ନମୁନା ପରୀକ୍ଷାକୁ ଦ୍ବିଗୁଣିତ କରାଯିବ। କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ହେଉଥିବା ଆରଟି-ପିସିଆର ପରୀକ୍ଷାକୁ ଦ୍ବିଗୁଣିତ କରାଯାଇ ଦୈନିକ ୧ ଲକ୍ଷରେ ପହଞ୍ଚାଯିବ।


ରାଜଧାନୀର ଯେଉଁ ଅଞ୍ଚଳରେ କରୋନା ବ୍ୟାପିବାର ଅଧିକ ଆଶଙ୍କା ରହିଛି ସେହି ସବୁ ଅଞ୍ଚଳରେ ସ୍ୱାସ୍ଥ୍ୟମନ୍ତ୍ରାଳୟ ଓ ଆଇସିଏମଆରଙ୍କ ମୋବାଇଲ ଟେଷ୍ଟିଂ ଭ୍ୟାନ ମୁତୟନ କରିବାକୁ ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କଣ୍ଟାକ୍ଟ ଟ୍ରେସିଂ, କ୍ବାରେଣ୍ଟାଇନ, କଣ୍ଟେନମେଣ୍ଟ ଜୋନ ଠାବ ଆଦିକୁ ଗୁରୁତ୍ବ ଦିଆଯିବ। ଏହା ଛଡା ରାଜଧାନୀର ପ୍ରୟୋଗଶାଳା ମାନଙ୍କର ପରୀକ୍ଷଣ କ୍ଷମତାର ଉପଯୋଗ ଲାଗି ମଧ୍ୟ କହିଛନ୍ତି। ସେହିପରି ସଂକ୍ରମଣ ବଢୁଥିବା କାରଣରୁ ପୁଣି ଥରେ ଦିଲ୍ଲୀରେ ହସ୍ପିଟାଲ କ୍ଷମତା ଓ ଅନ୍ୟ ମେଡିକାଲ ଇନଫ୍ରାଷ୍ଟ୍ରକ୍ଚର ଉପଲବ୍ଧ କରାଇବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି। ସେଥିପାଇଁ ଧାଲୁଅ କୂଆଁରେ ଥିବା ‘ଡିଆର୍‌ଡିଓ’ କୋଭିଡ୍-୧୯ ଚିକିତ୍ସାଳୟରେ ଆହୁରି ୨୫୦-୩୦୦ ଶଯ୍ୟା ଯୋଗାଇ ଦିଆଯିବ। ସାମାନ୍ୟ କୋଭିଡ୍‌-୧୯ ଲକ୍ଷଣଯୁକ୍ତ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ଦିଲ୍ଲୀ ପୌର ନିଗମର କେତେକ ଡାକ୍ତରଖାନାକୁ ‘କୋଭିଡ୍‌-୧୯’ ହସ୍‌ପିଟାଲ୍‌ରେ ପରିବର୍ତ୍ତନ କରାଯିବ।

- Advertisement -

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ)ରୁ ଅତିରିକ୍ତ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ଦିଲ୍ଲୀ ଅଣାଯିବାର ବ୍ୟବସ୍ଥା କରାଯିବ ବୋଲି ଅମିତ ଶାହା ବୈଠକରେ କହିଛନ୍ତି। ସେହିପରି ଅଧିକ ଅମ୍ଳଜାନ ସିଲିଣ୍ଡର ଓ ଅନ୍ୟାନ୍ୟ ସରଞ୍ଜାମ କେନ୍ଦ୍ର ସରକାର ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଘରୋଇ ହସ୍ପିଟାଲଗୁଡିକରେ କରୋନା ସଂକ୍ରମିତଙ୍କୁ କିପରି ସେବା ଯୋଗାଇ ଦିଆଯାଉଛି ଓ ଏଠାରେ ଆବଶ୍ୟକ ଭିତ୍ତିଭୂମି ରହିଛି କି ନାହିଁ ତାକୁ ବିଭିନ୍ନ ଟିମ୍ ନିୟମିତ ଯାଞ୍ଚ କରିବେ ବୋଲି ଶାହା କହିଛନ୍ତି। ଶାହାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ, ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜାଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲି ଓ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories