www.samajalive.in
Monday, December 8, 2025
27.1 C
Bhubaneswar

୩୬୦ ଏକର ବେଆଇନ ଗଞ୍ଜେଇ ଚାଷ ନଷ୍ଟ

ଫୁଲବାଣୀ : କନ୍ଧମାଲ ଜିଲ୍ଲାର କ.ନୁଆଗାଁ ଥାନା ଅଞ୍ଚଳରେ ଥିବା ସାଇନିପଡା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ କରାଯାଇଥିବା ୧୮୦ଏକର ଯାଗାରେ ବେଆଇନ ଗଞ୍ଜେଇ ଗଛକୁ କାଟି ଆଜି ନଷ୍ଟ କରାଯାଇଛି। ପୁଲିସ ଏବଂ ଅବକାରୀ ବିଭାଗର ମିଳିତ ଅଭିଯାନରେ କ.ନୁଆ ଗାଁ ତହସିଲଦାର ମନୋଜ କୁମାର ଦେବତାଙ୍କ ଉପସ୍ଥିତିରେ ଏହି ଅଭିଯାନ କରାଯାଇଛି। ଏହି ମିଳିତ ଅଭିଯାନ କ.ନୁଆ ଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲଙ୍କ ନେତୃତ୍ୱରେ ଅବକାରୀ ବିଭାଗର ଅଧିକାରୀ ଏବଂ କର୍ମଚାରୀ ଏବଂ ୨ ପ୍ଲାଟୁନ ଶସସ୍ତ୍ର ପୁଲିସ ଜବାନ ମାନେ ଯୋଗ ଦେଇଥିଲେ। ଆଜିର ଏହି ଅଭିଯାନରେ ସାଇନପଡା ପଞ୍ଚାୟତର ଦାଉଙ୍ଗିଆ ଏବଂ କାଳିଆଜୋଡି ଅଞ୍ଚଳରେ ଥିବା କେନାଲ କଡରେ ୧୮୦ ଏକର ଯାଗାରେ କରାଯାଇଥିବା ବେଆଇନ ଗଞ୍ଜେଇ ଚାଷ ଗଛକୁ କାଟି ସେଠାରେ ନଷ୍ଟ କରାଯାଇଥିବା କ.ନୁଆ ଗାଁ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏହି ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରାଯାଇଛି। ତେବେ ଏହି ଗଞ୍ଜେଇର ଆନୁମାନିକ ମୁଲ୍ୟ ଏକ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।
ସେହିଭଳି ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ପଞ୍ଚାୟତର ମଣିପଦର , ଦଦିମାହା , ବାଲକିଡ଼ାଡ଼ି ,ଜାମ୍ବୁପଖାଳ ଆଦି ଗୁଡ଼ିକରେ ଫିରିଙ୍ଗିଆ ପୁଲିସ୍‍ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ୧୮୦ ଏକର ଜମିରେ ବେଆଇନ ଭାବେ ଲାଗିଥିବା ଗଛ କାଟି ନଷ୍ଟ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧ କୋଟି ୮୦ ହଜାର ଟଙ୍କା । ଏନେଇ ଏକ ମାମଲା ରୁଜୁକରି ଦଦନ୍ତ ଚାଲିଥିବା ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories