www.samajalive.in
Sunday, December 7, 2025
16.1 C
Bhubaneswar

ଶେଷ ସପ୍ତାହରେ ଆସିବେ ଶାହା

କଲକାତା : ପଶ୍ଚିମବଙ୍ଗର ସାଂଗଠନିକ ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ବିଜେପି ସଭାପତି ଅମିତ ଶାହା ଚଳିତମାସ ଶେଷ ସପ୍ତାହରେ କଲକାତା ଆସିବେ ବୋଲି ଦଳର କାର୍ଯ୍ୟକାରୀ ସଭାପତି ଜଗତ ପ୍ରକାଶ ନାଡ୍ଡା କହିଛନ୍ତି। ଏହି ଅବସରରେ ଦୁର୍ଗାପୂଜା ମଣ୍ଡପ ଉଦଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ତାଙ୍କ ସହିତ କେନ୍ଦ୍ରୀୟ କେତେକ ମନ୍ତ୍ରୀ ମଧ୍ୟ ରହିବେ। ଆସନ୍ତା ୨୭ କିମ୍ବା ୨୮ ତାରିଖ ଦିନ ଶ୍ରୀ ଶାହା ଆସିବାର ଅଧିକ ସମ୍ଭାବନା ରହିଛି। ଜମ୍ମୁ କାଶ୍ମିରରୁ ୩୭୦ ଧାରା ଉଚ୍ଛେଦ ସମ୍ପର୍କରେ ସମ୍ମିଳନୀ କରିବା ସଙ୍ଗେସଙ୍ଗେ ଏନଆରସିକୁ ନେଇ ମଧ୍ୟ ଆଲୋଚନା କରିବେ। ବିଜେପି ସଭାପତି ଓ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଏହି ପ୍ରସ୍ତାବିତ ଗସ୍ତକୁ ନେଇ ଦଳ ଏବଂ ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories