ନୂଆଦିଲ୍ଲୀ : ଭାରତରେ ପୁଣିଥରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଗଠନ କରିବାକୁ ଯାଉଛି। ଲୋକସଭା ନିର୍ବାଚନ ମତଗଣନାରେ ମୋଦୀ ସରକାରଙ୍କୁ ବହୁମତ ମିଳିଛି। ସେପଟେ ପାକିସ୍ତାନ ଶାହିନ-୨ କ୍ଷେପଣାସ୍ତ୍ର ପରୀକ୍ଷଣ କରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି।
ମୋଦୀଙ୍କ ବିଜୟ ଦିନ ପାକିସ୍ତାନର କ୍ଷେପଣାସ୍ତ୍ର ପରୀକ୍ଷଣକୁ ଅନ୍ତର୍ଜାତୀୟ ସଂଗଠନ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି। ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କରି ପାକିସ୍ତାନ ଏକପ୍ରକାର ଭାରତକୁ ଚେତାବନୀ ଦେଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଶାହିନ-୨ କ୍ଷେପଣାସ୍ତ୍ରର ମାରକ କ୍ଷମତା ହେଉଛି ୧୫୦୦ କିଲୋମିଟର। ଏହି କ୍ଷେପଣାସ୍ତ୍ରରେ ପରମାଣୁ ଓ ପାରମ୍ପରିକ ଅସ୍ତ୍ର ନିକ୍ଷେପ କରିହେବ। ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି ଯେ ଆଞ୍ଚଳିକ କ୍ଷେତ୍ରରେ ଏହା ଶନ୍ତୁଳନ ରକ୍ଷା କରିବାରେ ସହାୟକ ହେବ। ଏହା ପାକିସ୍ତାନ ସେନାର ଆବଶ୍ୟକତାକୁ ପୂରଣ କରିଛି। ପାକିସ୍ତାନକୁ ଆଉ କେହି ଆଖି ଉଠାଇ ଦେଖିପାରିବେନି।
ଏପଟେ ମୋଦୀଙ୍କ ବିଜୟ, ସେପଟେ ପାକିସ୍ତାନର କ୍ଷେପଣାସ୍ତ୍ର ପରୀକ୍ଷଣ
Popular Categories



