www.samajalive.in
Saturday, December 6, 2025
26.1 C
Bhubaneswar

ଲକ୍‌ଡାଉନ୍‌ ପରେ ମାଲାମାଲ; ମୁକେଶ ଅମ୍ବାନୀ ନବମ ଥର ପାଇଁ ଦେଶର ଧନୀ ବ୍ୟକ୍ତି

ନୂଆଦିଲ୍ଲୀ : କରୋନା ମହାମାରୀ ପ୍ରଭାବରେ ଆର୍ଥିକ କ୍ଷେତ୍ର ଦୋହଲିଯିବା ଯୋଗୁ ଅନେକ ଲୋକେ ରୋଜଗାର ହରାଇ ଗରିବ ହୋଇଯାଇଛନ୍ତି। ହେଲେ ଦେଶର ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନୀ କ୍ରମାଗତ ଭାବେ ନବମ ଥର ପାଇଁ ହୋଇଛନ୍ତି ଦେଶର ସବୁଠୁ ଧନୀ ବ୍ୟକ୍ତି । ତାଙ୍କର ​ମୋଟ ସମ୍ପତ୍ତି ପରିମାଣ ୬.୫୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଗତବର୍ଷ ତାଙ୍କର ସମ୍ପତ୍ତି ପରିମାଣ ୨,୭୭,୭୦୦ ​କୋଟି ଟଙ୍କା ରହିଥିଲା।​‌ ​‌ତାଙ୍କ ସମ୍ପତ୍ତିରେ ୭୪% ବୃଦ୍ଧି ଘଟିଥିବା ଜଣାଯାଇଛି। ହାରୁନ ଇଣ୍ଡିଆ ଧନୀ ତାଲିକା ଅନୁଯାୟୀ ମୁକେଶଙ୍କ ​ମୋଟ ସମ୍ପତ୍ତି ପରିମାଣ ୬,୫୮,୪୦୦ କୋଟି ଟଙ୍କାରେ ପହଞ୍ଚିଛି।​‌ ଚଳିତ ଥର ଏହି ସୂଚୀରେ ୮୨୮ ଜଣ ଭାରତୀୟଙ୍କୁ ସ୍ଥାନ ମିଳିଛି। ହିନ୍ଦୁଜା ବ୍ରଦର୍ସ ଏହି ତାଲିକାରେ ୧,୪୩,୭୦୦ କୋଟି ଟଙ୍କାର ସମ୍ପତ୍ତି ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତେବେ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ସଂସ୍ଥାପକ ଶିବ ନାଦର ୧,୪୧,୭୦୦ ​କୋଟି ଟଙ୍କାର ସମ୍ପତ୍ତି ସହ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ଶିଳ୍ପପତି ଗୌତମ ଆଦାନୀ ଚତୁର୍ଥ ଏବଂ ୱିପ୍ରୋର ଅଜ୍‌ମୀ ପ୍ରେମ୍‌ଜୀ ତାଲିକା​ରେ ପଞ୍ଚମ ସ୍ଥାନ ହାସଲ କରିଛନ୍ତି। ବିଗତ ଦିନରେ ଆଦାନୀ ଅନେକ ବ୍ୟବସାୟରେ ପ୍ରବେଶ କରିଥିବା ଯୋଗୁ ତାଙ୍କ ସମ୍ପତ୍ତିରେ ପାଖାପାଖି ୪୮% ବୃଦ୍ଧି ଘଟିଛି। ସୂଚନାଯୋଗ୍ୟ ଚଳିତବର୍ଷ ମାର୍ଚ୍ଚରେ କରୋନା ପାଇଁ ଲକ୍‌ଡାଉନ୍‌ ଲାଗୁ କରାଯିବା ପରେ ମୁକେଶ ଅମ୍ବାନୀ ପ୍ରତି ଘଣ୍ଟାରେ ୯୦ ​କୋଟି ଟଙ୍କା ରୋଜଗାର କରୁଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories