www.samajalive.in
Sunday, December 7, 2025
18.1 C
Bhubaneswar

ଅମରନାଥ ଯାତ୍ରା: ଉଦ୍ଧମପୁରରେ ପହଁଚିଲେ ପ୍ରଥମ ପାଳି ତୀର୍ଥଯାତ୍ରୀ

ଡେସ୍କ: ଅମରନାଥ ଯାତ୍ରା ପାଇଁ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ପ୍ରଥମ ପାଳି ତୀର୍ଥଯାତ୍ରୀମାନେ ବୁଧବାର ସକାଳେ ଉଦ୍ଧମପୁରରେ ପହଞ୍ଚିଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକ, ପଂଚାୟତ ସଦସ୍ୟ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ସ୍ୱାଗତ କରିଥିଲେ। ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ, ସେନା ଏବଂ ସ୍ଥାନୀୟ ପୁଲିସ ସହିତ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜାମ୍ମୁରୁ ଆଜି ଯାତ୍ରା ଆରମ୍ଭ ହୋଇଥିଲା।

ଏହି ଅବସରରେ ଜିଲ୍ଲା ଉନ୍ନୟନ ପରିଷଦର ଅଧ୍ୟକ୍ଷ ଲାଲ ଚାନ୍ଦ ଏବଂ ଉଦ୍ଧମପୁର ଡେପୁଟି କମିଶନର କ୍ରିତିକା ଜ୍ୟୋସ୍ନା (ଆଇଏଏସ୍) ସ୍ଥାନୀୟ ଲୋକଙ୍କ ସହ ତୀର୍ଥଯାତ୍ରୀଙ୍କୁ ସ୍ୱାଗତ କରିଥିଲେ ଏବଂ ଶ୍ରୀ ଅମରନାଥ ଯାତ୍ରାକୁ ପତାକା ଉତ୍ତୋଳନ କରିଥିଲେ। ତୀର୍ଥଯାତ୍ରୀମାନଙ୍କ ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି। ଦୁଇ ବର୍ଷର ବ୍ୟବଧାନ ପରେ ଜୁନ୍ ୩୦ରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରା ପୂର୍ବରୁ ତୀର୍ଥଯାତ୍ରୀମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଜାମ୍ମୁରେ ପହଞ୍ଚିଥିଲେ।

- Advertisement -

ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମଙ୍ଗଳବାର ରାତିରେ ଜାମ୍ମୁ ବେସ୍ କ୍ୟାମ୍ପରୁ ଅମରନାଥ ଯାତ୍ରୀଙ୍କ ପ୍ରଥମ ବ୍ୟାଚକୁ ଭେଟିଥିଲେ। ହିମାଳୟର ଉପର ମୁଣ୍ଡରେ ଅବସ୍ଥିତ ଭଗବାନ ଶିବଙ୍କ ୩ ହଜାର ୮୮୦ ମିଟର ଉଚ୍ଚ ଗୁମ୍ଫା ମନ୍ଦିରକୁ ଅମରନାଥ ତୀର୍ଥଯାତ୍ରା ପହଲଗାମ ଏବଂ ବାଲଟାଲ ମାର୍ଗରୁ ଅନୁଷ୍ଠିତ ହୋଇଥାଏ।

ଜାମ୍ମୁ କାଶ୍ମୀର ସରକାର ଅମରନାଥଜୀ ଶ୍ରୀମନ୍ଦିର ସଦସ୍ୟଙ୍କ ସହ ଆଲୋଚନା ପରେ ୨୦୨୦ ଏବଂ ୨୦୨୧ ମସିହାରେ ଚାଲିଥିବା କରୋନା ପରିସ୍ଥିତି ହେତୁ ବାର୍ଷିକ ଅମରନାଥ ତୀର୍ଥଯାତ୍ରାକୁ ବାତିଲ କରିଦେଇଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories