www.samajalive.in
Sunday, December 7, 2025
16.1 C
Bhubaneswar

ଅଁଳା ବୃକ୍ଷ : ଏହି ଉପାୟରେ ଧନ ସମ୍ପତ୍ତି ବୃଦ୍ଧି ସହ ସୁଖମୟ ହେବ ବୈବାହିକ ଜୀବନ

ମାନ୍ୟତା ଅନୁଯାୟୀ ବର୍ଷକ ବାର ମାସରେ ପଡୁଥିବା ଏକାଦଶୀର ଅନେକ ମହତ୍ତ୍ୱ ରହିଛି। ସେହିପରି ଫାଲଗୁଣ ମାସ ଶୁକ୍ଳପକ୍ଷର ଏକାଦଶୀର ମଧ୍ୟ ମହତ୍ତ୍ୱ ରହିଛି। ପ୍ରତ୍ୟେକ ଏକାଦଶୀରେ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରିବା ସହ ଅଁଳା ବୃକ୍ଷର ପୂଜା କରିବା ଦ୍ୱାରା ଅନେକ ଲାଭ ମିଳିଥାଏ। ମାନ୍ୟତା ଅନୁଯାୟୀ, ନିୟମିତ ଭାବେ ଅଁଳା ବୃକ୍ଷର ପୂଜା କରିବା ଦ୍ୱାରା ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ। ବ୍ୟକ୍ତିଙ୍କୁ ପ୍ରତ୍ୟେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାସହ ଘରର ବଗିଚାରେ ଅଁଳା ବୃକ୍ଷ ଲଗାଇବା ଦ୍ୱାରା ମଧ୍ୟ ବେଶ ଶୁଭଫଳ ପ୍ରଦାନ କରିଥାଏ। ଜାଣନ୍ତୁ..
ବାସ୍ତୁ ଶାସ୍ତ୍ରରେ ଅଁଳା ବୃକ୍ଷକୁ ଖୁବ ଶୁଭ ବୋଲି କୁହାଯାଇଛି। ଏହାକୁ ଘରର ବଗିଚାରେ ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହେବା ସହ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଘରେ ଧନ ସହ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
ଅଁଳା ବୃକ୍ଷରେ ଭଗବାନ ବିଷ୍ଣୁଙ୍କ ବାସ ରହିଛି। ତେଣୁ ନିୟମିତ ଅଁଳା ବୃକ୍ଷ ମୂଳରେ ଜଳ ଅର୍ପଣ କରିବା ଦ୍ୱାରା ଏହାସହ ପଞ୍ଚମୀ ତିଥିରେ ଏହି ବୃକ୍ଷମୂଳେ ବ୍ରାହ୍ମଣଙ୍କୁ ଭୋଜନ କରାଇବା ଦ୍ୱାରା ଜୀବନରେ ଥିବା ସମସ୍ତ କଷ୍ଟ ଦୂର ହୋଇଥାଏ। ଏହାସହ ଧନ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ।
ଗୁରୁବାର, ଶୁକ୍ରବାର ଓ ଅକ୍ଷୟ ନବମୀରେ ଏହାସହ ଏକାଦଶୀରେ ଅଁଳା ବୃକ୍ଷ ଘରର ବଗିଚାରେ ଲଗାଇବା ଅତ୍ୟନ୍ତ ଶୁଭ।
ଅଁଳା ବୃକ୍ଷକୁ ସର୍ବଦା ଉତ୍ତର, ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗରେ ଲଗାଇବା ଉଚିତ। ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ମାନ୍ୟତା ଅନୁଯାୟୀ, ଅଁଳା ବୃକ୍ଷ ଶେଷ ଭାଗରେ ଭଗବାନ ବ୍ରହ୍ମା, ମଧ୍ୟ ଭାଗରେ ବିଷ୍ଣୁ ଓ ଭଗବାନ ଶଙ୍କରଙ୍କ ବାସ ରହିଛି। ତେଣୁ ଯେଉଁମାନଙ୍କ ବୈବାହିକ ଜୀବନରେ କୌଣସି ନା କୌଣସି ସମସ୍ୟା ଲାଗି ରହିଥାଏ, ସେମାନେ ଏକାଦଶୀରେ ଅଁଳା ବୃକ୍ଷରେ ରେଶମୀ ଲାଲ ସୂତା ବାନ୍ଧନ୍ତୁ। ଏହାସହ ଘିଅ ଦୀପ ଲଗାଇବା ସହ କର୍ପୂରର ଆଳତୀ କରନ୍ତୁ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories