ବର୍ତ୍ତମାନ ସମୟରେ ରୁଟି, ପରଟା ଅଧିକ ସମୟ ଯାଏଁ ଗରମ ରଖିବା ପାଇଁ ଆଲୁମିନିୟମ ଫଏଲ୍ର ଅଧିକାଂଶ ବ୍ୟବହାର କରାଯାଉଛି। ଘରୁ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ହେଉ କିମ୍ବା ଅଫିସକୁ ହେଉ ଖାଦ୍ୟକୁ ରଖିବା ପାଇଁ ଏହାର ବ୍ୟବହାର କରାଯାଉଛି। ଏଥିରେ ରୁଟି ଓ ପରଟା ଅଧିକ ସମୟ ଯାଏଁ ଗରମ ରହିଥାଏ। ରୁଟି, ପରଟା, ସାଣ୍ଡୱିଚ୍, ତରକାରୀକୁ ଗରମ ଓ କଟା ହୋଇଥିବା ଫଳ, ସାଲାଡ ଆଦିକୁ ସତେଜ ରଖିବା ପାଇଁ ଏହାର ଅଧିକ ବ୍ୟବହାର କରାଯାଏ। ମାତ୍ର ଏହାକୁ ବ୍ୟବହାର କରିବା ପୂର୍ବରୁ କିଛି ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଜାଣନ୍ତୁ..
ଏକ ରିପୋର୍ଟ ଅନୁଯାୟୀ, ଆଲୁମିନିୟମ ଫଏଲ୍ରେ ଅଧିକ ତେଲିଆ ଖାଦ୍ୟ ରଖିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଏହି ପ୍ରକାର ଖାଦ୍ୟ ନଷ୍ଟ ହୋଇଯାଏ। ଏହାସହ ଖାଦ୍ୟର ଗୁଣ ମଧ୍ୟ ନଷ୍ଟ ହୋଇଯାଏ। ଟମାଟୋ ଚଟଣି, ଖଟା ଫଳ ଆଦିକୁ ଆଲୁମିନିୟମ ଫଏଲ୍ରେ ରଖିବା ଉଚିତ ନୁହେଁ।
କିଛି ଲୋକେ ଅତ୍ୟଧିକ ଗରମ ଥିବା ଖାଦ୍ୟକୁ ଆଲୁମିନିୟମ ଫଏଲ୍ରେ ପ୍ୟାକ୍ କରି ରଖି ଥାଆନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ଅତ୍ୟଧିକ ଗରମ ଥିବା ଖାଦ୍ୟ ପ୍ୟାକ୍ କରିବା ଦ୍ୱାରା ଏଥିରେ ଥିବା କେମିକାଲ ଖାଦ୍ୟରେ ମିଶିଯାଏ। ଏଭଳି ଖାଦ୍ୟ ନିୟମିତ ଖାଇବା ଦ୍ୱାରା ସ୍ମରଣ ଶକ୍ତି ହ୍ରାସ ହୋଇଥାଏ।
ରାତିରେ ବଳକା ଖାଦ୍ୟ କିମ୍ବା ବାସି ଖାଦ୍ୟକୁ ଆଲୁମିନିୟମ ଫଏଲ୍ରେ ରଖନ୍ତୁ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ।
ଆଲୁମିନିୟମ ଫଏଲ୍ରେ ୨ ଘଣ୍ଟାରୁ ଅଧିକ ଖାଦ୍ୟ ରହିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏହା ଶରୀରରେ ରକ୍ତରେ ଶର୍କରାର ମାତ୍ରାରେ ଅସନ୍ତୁଳନ ହୋଇଥାଏ। ଏହାସହ ମଧୁମେହ ରୋଗ ହେବାର ସମ୍ଭାବନା ଅଧିକ ଥାଏ।
ନିୟମିତ ଆଲୁମିନିୟମ ଫଏଲ୍ରେ ଥିବା ଖାଦ୍ୟ ଖାଇବା ଦ୍ୱାରା ଏହା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ କରିଥାଏ। ଫଳରେ ସହଜରେ ଅନ୍ୟ ରୋଗ ଲାଗି ରହିଥାଏ। ଏହାଦ୍ୱାରା ଶରୀରକୁ ରୋଗ ଓ ଅନ୍ୟ ସଂକ୍ରମଣ ରୋଗରୁ ଲଢିବାର ଶକ୍ତି ମଧ୍ୟ କମିଯାଏ।



