www.samajalive.in
Monday, December 8, 2025
13.1 C
Bhubaneswar

କରୋନା କବଳରେ ୩୦ ଜିଲ୍ଲା : ଗଞ୍ଜାମରେ ସର୍ବାଧିକ ୪୯୯

 

ଭୁବନେଶ୍ବର : ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ଏବେ କରୋନା କାୟାରେ କବଳିତ ହୋଇଛି। ବୁଧବାର ରାୟଗଡ଼ା ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟର ସମସ୍ତ ଜିଲ୍ଲାରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି।​​‌ ଗଞ୍ଜାମରେ ସର୍ବାଧିକ ୪୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଆଉ ୧୪୩ କରୋନା ପଜିଟିଭ ଚିହ୍ନଟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୩୮୮କୁ ବୃଦ୍ଧି ପାଇଛି। ସେହିପରି ୯୧ ଜଣ ସୁସ୍ଥ ହେବାପରେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୪୧୬କୁ ବୃଦ୍ଧି ପାଇଛି। ୯୬୩ଟି ସକ୍ରିୟ ମାମଲା ଥିବାବେଳେ ମୃତ୍ୟୁ ସଂଖ୍ୟା ୭ରେ ସିମୀତ ରହିଛି। ତେବେ ଖୁସିର ବିଷୟ ଏହା ଯେ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା, ଆରୋଗ୍ୟଙ୍କ ସଂଖ୍ୟାଠାରୁ କମ୍ ରହିଛି।

- Advertisement -

ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା​​‌ ୫୦୦ର ନିକଟତର ହୋଇଥିବା ବେଳେ ଯାଜପୁରରେ ୨୯୦, ବାଲେଶ୍ବରରେ ୧୭୮, ଖୋର୍ଦ୍ଧାରେ ୧୭୦, କେନ୍ଦ୍ରାପଡାରେ ୧୬୧, କଟକରେ ୧୨୬, ଭଦ୍ରକରେ ୧୨୩ ଓ ବଲାଙ୍ଗୀରରେ ୧୦୨ଜଣ କରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୮ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶତାଧିକ ହୋଇଥିବା ବେଳେ ପୁରୀ ଶହେର ନିକଟତର ହୋଇଛି।

ବୁଧବାର ଚିହ୍ନଟ  ହୋଇଥିବା ୧୪୩ କରୋନା ପଜିଟିଭ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୧ ଜଣ, ବାଲେଶ୍ୱରରୁ ୨୪,ସୁବର୍ଣ୍ଣପୁରରୁ ୧୭, ବଲାଙ୍ଗିରରୁ ୧୩, କେନ୍ଦ୍ରାପଡ଼ାରୁ ୯, ନୂଆପଡ଼ା ଓ ମୟୂରଭଞ୍ଜରୁ ୮ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗଜପତି ଓ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ, ଖୋର୍ଦ୍ଧା, ଅନୁଗୁଳ, ସମ୍ବଲପୁର ଓ ଭଦ୍ରକରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ରାୟଗଡ଼ା, ଦେବଗଡ଼, କଳାହାଣ୍ଡିରୁ ଜଣେ ଲେଖାଏଁ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି।

ତେବେ ବୁଧବାର ମଧ୍ୟ ୯୧ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଦେବଗଡ଼ରୁ୨୨, ପୁରୀରୁ୧୬, ନୟାଗଡ଼ରୁ୧୫, ବଲାଙ୍ଗୀରରୁ ୯ ଜଣ ଆରୋଗ୍ୟ ଲାଭ କରିଛନ୍ତି।  ସେହିପରି ଅନୁଗୁଳ ଓ ବାଲେଶ୍ବର ଜିଲାରୁ ୫ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଭଦ୍ରକ ଓ ସୁନ୍ଦରଗଡ଼ ଜଲାରୁ ୩ ଜଣ ଲେଖାଏଁ କଟକ, ଗଞ୍ଜାମ, ଖୋର୍ଦ୍ଧା, କଳାହାଣ୍ଡି, ଓ ବରଗଡ଼ ଜିଲାରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଢେଙ୍କାନାଳ, ଗଜପତି ଓ ଯାଜପୁର ଜିଲାରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଥିବା ଜଣାପଡିଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories