www.samajalive.in
Thursday, December 11, 2025
23.1 C
Bhubaneswar

ନକଲି ମଦ ତିଆରି କ୍ୟାମ୍ପ ଠାବ; ବିପୁଳ ପରିମାଣର ନକଲି ମଦ ସହ ଦୁଇ ଗିରଫ

ବଅଁରପାଳ : ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ତଳମୂଳ ପାଟଣା ଗ୍ରାମର ଗୋଡ଼ି ସାହି ଯାହାକି ମହୀଧରପୁର ଫାଣ୍ଡି ଠାରୁ ମାତ୍ର ଦୁଇ କିଲୋମିଟର ଦୂର ଅର୍ଥାତ ସ୍ଥାନୀୟ ପୁଲିସର ନାକ ତଳେ ନକଲି ମଦ ତିଆରି କାରଖାନା ବେଧଡ଼କ ଭାବେ ଚାଲିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ଅନୁଗୁଳ ଜିଲ୍ଲାର ସ୍ୱତନ୍ତ୍ର ସ୍କ୍ୱାର୍ଡ ଅଧିକାରୀ ଡି କେ ମିଶ୍ରଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଅଚାନକ ପାଟଣା ଗ୍ରାମର ଗୋଡ଼ି ସାହି ସ୍ଥିତ ନକଲି ମଦ କ୍ୟାମ୍ପରେ ଚଢ଼ାଉ କରି ନକଲି ମଦ ଫାକ୍ଟ୍ରି ଠାବ କରି ବିପୁଳ ପରିମାଣର ନକଲି ମଦ ସହିତ ମଦ ତିଆରି କରିବା ପାଇଁ ବିଭିନ୍ନ ପ୍ରକାରର ଉପଯୋଗୀ ସାମଗ୍ରୀ ଜବତ କରାଛି। ଦୀର୍ଘ ଦିନ ଧରି ଏଠାରେ ବିଭିନ୍ନ ବଡ଼ ବଡ଼ ବ୍ରାଣ୍ଡର କମ୍ପାନୀର ନକଲି ମଦ ତିଆରି କରି ବଅଁରପାଳ ଥାନା ତଥା ଅନୁଗୁଳ ଜିଲ୍ଲା ବାହାରକୁ ଚାଲାଣ ହେଉଥିଲା । ଏନେଇ ଜିଲ୍ଲା ସ୍ୱତନ୍ତ୍ର ସ୍କ୍ୱାର୍ଡ ପାଖରେ ଖବର ମିଳିବା ପରେ ଡି କେ ମିଶ୍ର ଚଢ଼ାଉ କରିଥିଲେ। ଏହି କ୍ୟାମ୍ପରୁ ୭୦୦ ନକଲି ମଦ ବୋତଲ ଓ ମଦ ତିଆରି କରିବା ପାଇଁ ଖୋଲା ବୋତଲ, ଠିପି, ବିଭିନ୍ନ ପ୍ରକାରର ବଡ଼ ବଡ଼ କମ୍ପାନୀ ଷ୍ଟିକର, ସ୍ପିରୀଟ, ଡ୍ରମ , ସୋମ୍ୟା ଆକ୍ୱା ପାଣି କମ୍ପାନୀର ପାଣି ଜାର ଜବତ କରିବା ସହିତ ପାଟଣା ଗ୍ରାମର ସଂଗ୍ରାମ ସାହୁ(୨୨) ଓ ଗୋଡ଼ି ସାହିର ମଣ୍ଟୁ ବେହେରା(୧୯)କୁ ଗିରଫ କରିଥିଲା । ଜିଲ୍ଲା ସ୍ୱତନ୍ତ୍ର ସ୍କ୍ୱାର୍ଡ ଦଳ ଜବତ କରି ବଅଁରପାଳ ପୁଲିସକୁ ଜିମା ଦେଇଥିିିଲା। ବଅଁରପାଳ ପୁଲିସ ପକ୍ଷରୁ ଏସ୍‌ଆଇ ଦିଲୀପ କୁମାର ସାହୁ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ବଅଁରପାଳ ଥାନା ମାମଲା ନମ୍ବର ୨୬୮ /୨୦ ଦଫା ୨୭୨/୨୭୩/୪୬୮/୪୭୧/୪୧୭/୩୪ ଆଇପିସି ୫୨(ଏ), ୫୨(ବି) ଏକ୍ସାଇଜ ଆକ୍ଟରେ ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି l

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories