www.samajalive.in
Tuesday, December 9, 2025
17.1 C
Bhubaneswar

ଅବସର ନେଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଳପନ୍‌ ବନ୍ଦୋପାଧ୍ୟୟ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲେ ନୂଆ ମୁଖ୍ୟ ପରାମର୍ଶଦାତା

କଲକତା: ଆଜି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଳପନ୍‌ ବନ୍ଦୋପାଧ୍ୟୟ ଅବସର ଗ୍ରହଣ କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନୂଆ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ୩ ମାସର ବର୍ଦ୍ଧିତ କାର୍ଯ୍ୟକାଳ ସତ୍ତ୍ବେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ପଦରୁ ବିବାଦ ଭିତରେ ଅଳପନ୍‌ ବନ୍ଦୋପାଧ୍ୟୟ ଅବସର ଗ୍ରହଣ କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଳ୍ପନ ବନ୍ଦୋପାଧ୍ୟାୟଙ୍କୁ ୩ ବର୍ଷ ପାଇଁ ତାଙ୍କର ନୂଆ ମୁଖ୍ୟ ପରାମର୍ଶଦାତା ନିଯୁକ୍ତି ଦେଇଛନ୍ତି। ସେ ଏହି ପଦରେ ସେ ୩ ବର୍ଷ ପାଇଁ ରହିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ହଠାତ୍‌ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି ଅଳପନ୍ ବନ୍ଦୋପାଧ୍ୟୟ। ଏବେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ଅଲପନ ଅବସର ନେଇଥିବାରୁ ପଶ୍ଚିମବଙ୍ଗର ନୂଆ ମୁଖ୍ୟ ଶାସନ ସଚିବ ଭାବେ ହରି କ୍ରିଷ୍ଣା ଦ୍ୱିବେଦୀଙ୍କୁ ନିଯୁକ୍ତି ମିଳିଛି। କେନ୍ଦ୍ର ସରକାର ୧୯୮୮ ଆଇଏଏସ୍‌ ବ୍ୟାଚ୍‌ର ହରିଙ୍କୁ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନ ସେ ପଶ୍ଚିମବଙ୍ଗର ଗୃହ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

 

- Advertisement -

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଆସନ୍ତାକାଲିଠାରୁ ଅଲପନ୍‌ ବନ୍ଦୋପାଧ୍ୟୟ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ଆମେ ମହାମାରୀ ପାଇଁ ତାଙ୍କ ସେବା ଚାହୁଁଛୁ। ସମସ୍ତେ ଜାଣିଛନ୍ତି ସେ କେମିତି କଠିନ ପରିଶ୍ରମ କରୁଛନ୍ତି ଓ ଆମେ କେମିତି ତାଙ୍କ ପାଇଁ ଆଜି ସୁରକ୍ଷିତ ରହିଛୁ। ସେ ଯେମିତି ହେଲେ ବି ତାଙ୍କ ସେବା ପଶ୍ଚିମବଙ୍ଗ ଓ ଦେଶ ପାଇଁ ଜାରି ରଖିବେ।
ସୂଚନା ଯୋଗ୍ୟ ଯେ ନିକଟରେ ବାତ୍ୟା ୟାସ କ୍ଷୟକ୍ଷତିର ଆକଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଯାଇଥିଲେ। ସେଠାରେ ବାତ୍ୟା ୟସ କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମୀକ୍ଷା ବୈଠକ ଡକାଇଥିଲେ। ଏଥିରେ ବିରୋଧୀ ଦଳର ବିଧାୟକମାନେ ଯୋଗଦେଇଥିଲେ। ଏହି ବୈଠକକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମୁଖ୍ୟ ଶାସନ ସଚିବ ଅଲପନ୍ ବନ୍ଦୋପାଧ୍ୟୟ ବିଳମ୍ବରେ ଆସିଥିଲେ। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କେବଳ ବାତ୍ୟା ୟସର କ୍ଷୟକ୍ଷତି ରିପୋର୍ଟ ଧରାଇ ଦେଇ ଦିଘାକୁ କ୍ଷୟକ୍ଷତି ଆକଳନ କରିବାକୁ ଚାଲି ଯାଇଥିଲେ।
ଏହାକୁ ନେଇ ବିବାଦ ଦେଖାଯାଇଥିଲା। ଶେଷରେ କେନ୍ଦ୍ର ସରକାର ଅଲପନ ବନ୍ଦୋପାଧ୍ୟୟଙ୍କୁ ଦିଲ୍ଲୀ ଡକାଇବା ସହ ଜବାବ ଦାଖଲ କରିବାକୁ କହିଥିଲେ। ହେଲେ ପଶ୍ଚିମ ବଙ୍ଗ ମୁଖ୍ୟଶାସନ ସଚିବ ଅଲପନ୍‌ ବନ୍ଦୋପାଧ୍ୟୟ କିଛି ବି ପ୍ରତିକ୍ରିୟା ଦେଇ ନଥିଲେ। ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଳପନ୍‌ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀକୁ ବଦଳି କରାଯାଇଥିଲା। ଆଜି ମମତା ବାନାର୍ଜୀ ତାଙ୍କ ବଦଳି ଉପରେ ରୋକ ଲଗାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏସବୁ ବାଦବିବାଦ ମଧ୍ୟରେ ଅଲପନ ବନ୍ଦୋପାଧ୍ୟ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି। ଅବସର ନେବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories