ମୋହନା : କାଳବୈଶାଖୀ ଜନିତ ଅଦିନିଆ ବର୍ଷାରେ ଭାଙ୍ଗିଗଲା ଦୁଇ ପରିବାରର ଘର। ଗଜପତି ଜିଲ୍ଲା ମୋହନା ବ୍ଲକ ଢେପାଗୁଡା ଅଞ୍ଚଳରେ ଆଜି ଅପରାହ୍ନ ସମୟରେ କାଳବୈଶାଖୀ ଜନିତ ପ୍ରବଳ ପବନ ସହ ବର୍ଷା ହୋଇଥିଲା। ଫଳରେ ଢେପଗୁଡା ପଂଚାୟତ ଗୋଠକେଳି ଗାଁର ସୁମା ମଳିକ ଓ ସୁକାନ୍ତ ମଳିକଙ୍କର ଚାଳ ଛପର ଘର ଉଡ଼ି ଯିବା ସହ ଘର ଭିତରେ ପାଣି ପଶି ଘରର କାନ୍ଥ ଭୁଶୁଡି ପଡିଛି। ଘଟଣା ସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ଗାଁରେ ପହଂଚି ନ ଥିବା ବେଳେ ତୁରନ୍ତ ପ୍ରଶାସନ ପହଂଚି କ୍ଷତିପୂରଣ ଯୋଗାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି ।
Popular Categories



