ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟା ବୈଶାଖ ମାସ ଶୁକ୍ଳପକ୍ଷର ତୃତୀୟା ତିଥିରେ ପାଳନ କରାଯାଇଥାଏ। ଚଳିତ ବର୍ଷ ମେ ୩ରେ ଅକ୍ଷୟ ତୃତୀୟା। ଏହି ତିଥି ଅତ୍ୟନ୍ତ ଶୁଭ ହୋଇଥିବାରୁ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟ ଯେଭଳି ବିବାହ, ଗୃହପ୍ରବେଶ, ନୂଆ ବ୍ୟବସାୟ, ଧାର୍ମିକ ଅନୁଷ୍ଠାନ ଓ ପୂଜାପାଠ ଆଦି କରାଯାଇଥାଏ। ଏହି ଦିନ ସୁନା କିଣିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଏହି ଦିନ ମାଆ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ଏହାସହ ଅନ୍ୟ କେତେକ ଉପାୟ ଆପଣାଇବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ଧନ ପ୍ରାପ୍ତି ପାଇଁ ଏହି ଦିନ ମାଆ ଲକ୍ଷ୍ମୀଙ୍କୁ ନୂଆ ମାଳା ଅର୍ପଣ କରନ୍ତୁ।
ମା’ଲକ୍ଷ୍ମୀଙ୍କ ମନ୍ତ୍ରକୁ ମାଳା ବ୍ୟବହାର କରି ୧୦୮ ଥର ଜପ କରନ୍ତୁ।
ଅକ୍ଷୟ ତୃତୀୟା ଦିନ ଗୋଲାପୀ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ।
ଏହିଦିନ ଦେବୀ ଗୌରୀ ଓ ଭଗବାନ ଶିବଙ୍କର ଉପାସନା କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ।
ପୂଜା ସମୟରେ ଦେବୀ ଗୌରୀ ଓ ଭଗବାନ ଶିବଙ୍କୁ ଗୋଟିଏ ମାଳା ଅର୍ପଣ କରନ୍ତୁ। ‘ଓଁ ଗୌରୀଶଙ୍କରାୟ ନମଃ’ ମନ୍ତ୍ରର ୧୦୮ ଥର ଜପ କରନ୍ତୁ। ଏହାଦ୍ୱାରା ଜୀବନରେ ଖୁସି ଓ ଦମ୍ପତିଙ୍କ ମଧ୍ୟରେ ସମ୍ପର୍କରେ ସର୍ବଦା ମଧୁରତା ରହିବ।
ସୁଖମୟ ବୈବାହିକ ଜୀବନ ପାଇଁ ଅକ୍ଷୟ ତୃତୀୟାରେ କରନ୍ତୁ ଏହି ଉପାୟ
Popular Categories



