www.samajalive.in
Sunday, December 7, 2025
16.1 C
Bhubaneswar

ଅଖିଳ ଭାରତୀୟ ଆଖଡା ପରିଷଦ ବିଭାଜିତ; ୭ ଗୋଷ୍ଠୀ ବାଛିଲେ ନିଜର ସଭାପତି

ପ୍ରୟାଗରାଜ: ଗତ ସେପ୍ଟେମ୍ବର ମାସରେ ମହନ୍ତ ନରେନ୍ଦ୍ର ଗିରିଙ୍କର ଅକାଳ ବିୟୋଗ ପରେ ଅଖିଳ ଭାରତୀୟ ଆଖଡା ପରିଷଦ (ଏବିଏପି) ଆଉ ପୂର୍ବ ସ୍ଥିତିରେ ନାହିଁ । ତାଙ୍କର ଅବର୍ତ୍ତମାନରେ ଆଖଡା ପରିଷଦ ବିଭାଜିତ ହୋଇଯାଇଛି । ଏହି ପରିଷଦର ସଦସ୍ୟ ଥିବା ୧୩ଟି ଆଖଡା ମଧ୍ୟରୁ ୭ଟି ଆଖଡା ନିଜର ସଭାପତି ଏବଂ ସାଧାରଣ ସମ୍ପାଦକ ନିର୍ବାଚିତ କରିଛନ୍ତି । ଗୁରୁବାର ଦିନ ହରିଦ୍ୱାରଠାରେ ଏହା ହୋଇଛି । ସୂଚନାଯୋଗ୍ୟ ଯେ ମହନ୍ତ ନରେନ୍ଦ୍ର ଗିରିଙ୍କର ଉତ୍ତରାଧିକାରୀ ବାଛିବାକୁ ଚଳିତ ମାସ ୨୫ ତାରିଖରେ ପରିଷଦର ବୈଠକ ବସିବା ଆଶା କରାଯାଉଥିଲା । କିନ୍ତୁ ତାହା ପୂର୍ବରୁ ସେଥିରେ ବିଭାଜନ ଘଟିଛି ।
ଏକ ସୂତ୍ରରୁ କୁହାଯାଇଛି ଯେ ହରିଦ୍ୱାରଠାରେ ଅନୁଷ୍ଠିତ ବୈଠକରେ ଏବିଏପିର ଉପ ସଭାପତି ତଥା ନିର୍ମଳ ଆଖଡାର ଦେବେନ୍ଦ୍ର ସିଂ ଶାସ୍ତ୍ରୀ ଅଧ୍ୟକ୍ଷତା କରିଥିଲେ । ସେ ମହାନିର୍ବାଣୀ ଆଖଡାର ମହନ୍ତ ରବିନ୍ଦ୍ର ପୁରୀଙ୍କୁ ପରିଷଦର ସଭାପତି ଏବଂ ନିର୍ମୋହି ଆଖଡାର ମହନ୍ତ ରାଜେନ୍ଦ୍ର ଦାସଙ୍କୁ ଏହାର ସାଧାରଣ ସମ୍ପାଦକ ଭାବରେ ଘୋଷଣା କରିଥିଲେ । ତାଙ୍କର ଏଭଳି ଅତର୍କିତ ଘୋଷଣା ୧୩ ସଦସ୍ୟ ବିଶିଷ୍ଟ ଆଖଡା ପରିଷଦକୁ ଦୁଇ ଭାଗରେ ବିଭାଜିତ କରିଦେଇଥିବା କୁହାଯାଉଛି । ଗୋଟିଏ ପଟରେ ନିର୍ମୋହି, ନିର୍ବାଣୀ, ଦିଗମ୍ବର, ମହାନିର୍ବାଣୀ, ଅଟଳ, ବଡା ଉଦାସିନ ଏବଂ ନିର୍ମଳ ଆଖଡା ରହିଥିବାବେଳେ ଆଉ ଏକ ଗୋଷ୍ଠୀରେ ନିରଞ୍ଜନି, ଜୁନା, ଆବାହନ, ଆନନ୍ଦ, ଅଗ୍ନି ଏବଂ ଉଦାସିନ ଭଳି ଆଖଡା ରହିଛନ୍ତି । ପ୍ରଥମ ଗୋଷ୍ଠୀରେ ଥିବା ଦିଗମ୍ବର ଆନି ଆଖଡାର ବାବା ହାଥଯୋଗୀ ଦାବି କରିଛନ୍ତି ଯେ ସେମାନେ ନିଜ ନିଜର କାର୍ଯ୍ୟକର୍ତ୍ତା ନିର୍ବାଚିତ କରିଛନ୍ତି । କାରଣ ଏବିଏପିରେ ସେମାନଙ୍କ ଆଖଡାରୁ କେହି ପ୍ରତିନିଧିତ୍ୱ କରୁନଥିଲେ ଏବଂ ନିର୍ବାଚନରେ ସେମାନଙ୍କୁ ଅବହେଳିତ କରି ରଖାଯାଉଥିଲା ।

Hot this week

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

Related Articles

Popular Categories