www.samajalive.in
Monday, December 8, 2025
24.1 C
Bhubaneswar

ସ୍ବାସ୍ଥ୍ୟ ପାଇଁ ଜୁଆଣି ପାଣିର ବ୍ୟବହାର

ଆପଣ ସମସ୍ତେ ଜିରା ପାଣି, ଲେମ୍ବୁ ପାଣି ଇତ୍ୟାଦିର ଲାଭଦାୟକ ଗୁଣ ବିଷୟରେ ଜାଣିଛନ୍ତି। ଏହା ସ୍ବାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ। ସେହିପରି ଜୁଆଣି ପାଣି ମଧ୍ୟ ଶରୀର ପାଇଁ ଭଲ। ଏହାକୁ ପିଇବା ଦ୍ବାରା ଶରୀରର ଅନେକ ରୋଗରୁ ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା ଶରୀର ପାଇଁ ଜୁଆଣି ପାଣିର ବ୍ୟବହାର ବିଷୟରେ ..

ପାଚନ କ୍ରିୟା ଠିକ କରେ :

- Advertisement -

ଜୁଆଣିରେ ଥାଇମାଲ ରହିଛି। ଏହାକୁ ଖାଇବା ଦ୍ବାରା ଅନେକ ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାସହ ଗ୍ୟାଷ୍ଟିକ, ପେଟଯନ୍ତ୍ରଣା ପରି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ। ଏହାକୁ ନିୟମିତ ଖାଇବା ଦ୍ବାରା ପାଚନ କ୍ରିୟା ଠିକ ଭାବେ ହୋଇଥାଏ।

ଓଜନ ନିୟନ୍ତ୍ରିତ :

ଜୁଆଣି କେବଳ ପାଚନ କ୍ରିୟା ଠିକ ଭାବେ କରି ନ ଥାଏ। ଏହାସହ ଓଜନ ନିୟନ୍ତ୍ରିତ ରଖିଥାଏ। ଏହାକୁ ଖାଇବା ଦ୍ବାରା ଶରୀରରେ ମେଟାବୋଲିଜିମ ବୃଦ୍ଧି ହେଇଥାଏ। ଏହାଦ୍ବାରା ଓଜନ ନିୟନ୍ତ୍ରିତ ହୋଇଥାଏ।

ମୁଣ୍ଡ ବିନ୍ଧାରୁ ମୁକ୍ତି :

ଜୁଆଣି ପାଣିକୁ ଫୁଟାଇ ପିଇବା ଦ୍ବାରା ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ମିଳିଥାଏ। ଜୁଆଣି ପାଣିର ବାମ୍ଫ ନେବା ଦ୍ବାରା ଥଣ୍ଡାରୁ ମୁକ୍ତି ମିଳିଥାଏ। ଜୁଆଣି ପାଣି ପ୍ରତିଦିନ ପିଇବା ଦ୍ବାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ।

ଦାନ୍ତ ଦରଜରୁ ମୁକ୍ତି :

ଜୁଆଣି ଦାନ୍ତ ଦରଜରୁ ମୁକ୍ତି ଦେଇଥାଏ। ଏହାସହ ମୁହଁ ଦୁର୍ଗନ୍ଧରୁ ମୁକ୍ତି ଦେଇଥାଏ। ଦାନ୍ତ ଦରଜ ହେଲେ ଜୁଆଣି ପାଣିରେ କୁଳୁ କରନ୍ତୁ। ଏହାଦ୍ବାରା ଦାନ୍ତର ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories