www.samajalive.in
Monday, December 8, 2025
27.1 C
Bhubaneswar

ଦିଲ୍ଲୀରେ ୧୫ ବର୍ଷ ପୁରୁଣା ପେଟ୍ରୋଲ ଏବଂ ୧୦ ବର୍ଷ ପୁରୁଣା ଡିଜେଲ ଗାଡ଼ି ଚଳାଚଳ ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ : ଦିଲ୍ଲୀ ଏବଂ ଏନ୍‍ସିଆରରେ ପ୍ରଦୂଷଣ ଚିନ୍ତା ଜନକ ପରିସ୍ଥିତିରେ ପହଞ୍ଚିବା ପରେ ସୁପ୍ରିମକୋର୍ଟ ସୋମବାର ସେଠାରେ ୧୫ ବର୍ଷ ପୁରୁଣା ପେଟ୍ରୋଲ ଏବଂ ୧୦ ବର୍ଷ ପୁରୁଣା ଡିଜେଲ ଗାଡ଼ି ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାସହ ସୁପ୍ରିମକୋର୍ଟ ଦିଲ୍ଲୀ ଏବଂ ଏନ୍‍ସିଆର ସଡ଼କ ଉପରେ ଏଭଳି ଗାଡ଼ି ଚଳାଚଳ ହେଉଥିବାର ଦେଖିଲେ ତାକୁ ଜବତ କରିବାକୁ ପରିବହନ ବିଭାଗକୁ ନିର୍ଦେଶ ଦେଇଛନ୍ତି।
ବିଚାରପତି ମଦନ ବି ଲୋକୁର, ଜଜ୍‍ ଅବଦୁଲ ନଜିର ଏବଂ ଜଜ୍‍ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଦିଲ୍ଲୀ-ଏନ୍‍ସିଆର ବାୟୁ ପ୍ରଦୂଷଣ ସ୍ଥିତିକୁ ଅତିବିପଦଜନକ ଘୋଷଣା କରିଛନ୍ତି। ଖଣ୍ଡପୀଠ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଏବଂ ପରିବହନ ବିଭାଗ ୱେବସାଇଟ୍‍ରେ ୧୫ ବର୍ଷ ପୁରୁଣା ପେଟ୍ରୋଲ ଗାଡ଼ି ଏବଂ ୧୦ ବର୍ଷ ପୁରୁଣା ଡିଜେଲ ଗାଡ଼ିର ତାଲିକା ଜାରି କରିବାକୁ ନିର୍ଦେଶ ଦେଇଛନ୍ତି। ଏନେଇ ଖବରକାଗଜରେ ବିଜ୍ଞାପନ ପ୍ରକାଶ କରିବା ସହ ସାମାଜିକ ଗଣମାଧ୍ୟମରେ ଆକାଉଣ୍ଟ ଖୋଲିବାକୁ କୁହାଯାଇଛି। ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଦିଲ୍ଲୀବାସୀ ପ୍ରଦୂଷଣ ନେଇ ଅଭିଯୋଗ କରିପାରିବେ। ଏହି ଅବସରରେ ସୁପ୍ରିମକୋର୍ଟ ଆମିକସ କ୍ୟୁରି ଅପରାଜିତା ସିଂହ ଦ୍ୱାରା ଦାଖଲ ରିପୋର୍ଟ ବିଷୟରେ ଉଲ୍ଲେଖ କରିଥିଲେ। ଏହି ରିପୋର୍ଟରେ ଦିଲ୍ଲୀରେ ପ୍ରଦୂଷଣ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଥିବା ଉଲ୍ଲେଖ କରାଯାଇଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories