ତଣ୍ଡ ଗଣିବ ଏୟାର ଇଣ୍ଡିଆ
ଡେସ୍କ: ସୁରକ୍ଷା ନିୟମ ଲଙ୍ଘନ କରିଥିବାରୁ ତଣ୍ଡ ଗଣିବ ଏୟାର ଇଣ୍ଡିଆ। ଜରିମାନା ପରିମାଣ ସ୍ଥିର କରିଛନ୍ତି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ-ଡିଜିସିଏ। ସୂଚନା ଅନୁଯାୟୀ, କେତେକ ଗୁରୁତ୍ୱପୂର୍ଣ୍ଣ ଦୀର୍ଘ ଦୂରଗାମୀ ବିମାନରେ ବିମାନ ଉଡ଼ାଣରେ ସୁରକ୍ଷା ନିୟମ ଉଲ୍ଲଂଘନ କରିଥିବାରୁ ଏୟାର ଇଣ୍ଡିଆ ଉପରେ ୧ କୋଟି ୧୦ ଲକ୍ଷ ଟଙ୍କା ଜରିମାନା କରିଛି ଡ଼ିଜିସିଏ। ଏ ନେଇ ଅଭିଯୋଗ ହେବା ପରେ ଡ଼ିଜିସିଏ ବ୍ୟାପକ ଅନୁସନ୍ଧାନ କରିଥିଲା ଏବଂ ଜାଣିବାକୁ ପାଇଥିଲା ଯେ ଏୟାର ଇଣ୍ଡିଆ ବିମାନ ସେବା ନିୟମ ପାଳନ କରୁନାହିଁ। ଏହା ପରେ ଏୟାର ଇଣ୍ଡିଆକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।
Comments are closed.