www.samajalive.in
Tuesday, December 9, 2025
16.1 C
Bhubaneswar

ଅହିଂସା ରଥକୁ ଜିଲା ପ୍ରଶାସନ ପକ୍ଷରୁ ଭବ୍ୟ ସମ୍ୱର୍ଦ୍ଧନା

ଯାଜପୁର : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ସ୍ୱାଧୀନତାର ବାର୍ତ୍ତା ତଥା ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଶାନ୍ତି ଓ ଅହିଂସା ମହାମନ୍ତ୍ରରେ ଅନୁପ୍ରେରିତ କରିବା ଉଦ୍ଦେଶ୍ୟରେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥ ମଙ୍ଗଳବାର ଭଦ୍ରକ ଜିଲାରୁ ଆସି ଯାଜପୁର ଜିଲାର ବିଭିନ୍ନ ସ୍ଥାନ ପରିକ୍ରମା କରିଛି । ଆଜାଦି କା ଅମୃତ ମହୋତ୍ସବକୁ ସ୍ମରଣୀୟ ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସ୍ୱାଧୀନତା ସଂଗ୍ରାମୀ ଓ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ବିଭିନ୍ନ କାର୍ଯ୍ୟକ୍ରମକୁ ସଂଗ୍ରହ କରାଯାଇ ଚଳଚ୍ଚିତ୍ର ମାଧ୍ୟମରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ୨ ଗୋଟି ଅହିଂସା ରଥକୁ ଗାନ୍ଧିଜୀଙ୍କ ପରିଦର୍ଶନ ସ୍ଥାନ ଦେବୀଗଡା, ଯାଜପୁରଠାରେ ଭବ୍ୟ ସ୍ୱାଗତ କରାଯାଇଛି। ଏହି ଅହିଂସା ରଥ ଦେବୀଗଡା ଠାରୁ ଏକ ବିଶାଳ ପଟୁଆରାରେ ହାରାହାରି ୨ କି.ମି. ବ୍ୟାପି ପ୍ରାୟତଃ ୨୦୦୦ ଲୋକ ଓ ୧୫ ଗୋଟି ସାଂସ୍କୃତିକ ଦଳକୁ ଧରି ଶୋଭାଯାତ୍ରାରେ ଗାନ୍ଧି ଚ୍ଥକଠାରେ ପହଞ୍ଚି ଥିଲା । ୫୦୦ ଫୁଟ ଲମ୍ୱର ତ୍ରିରଙ୍ଗାକୁ ପ୍ରାୟତଃ ୩୦୦ ସ୍କୁଲ ଓ କଲେଜର ଚ୍ଥାତ୍ରଚ୍ଥାତ୍ରୀ ଧରି ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ।

ଜିଲା ପ୍ରଶାସନ ତରଫରୁ ଅୟୋଜିତ ସ୍ୱାଗତ ଉତ୍ସବରେ ଜିଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର, ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଉପଜିଲାପାଳ ଗୋପିନାଥ କୁଅଁର ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପତାକା ଦେଖାଇ ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ । ଏହି ସ୍ୱାଗତ ଉତ୍ସବରେ ଜିଲାପରିଷଦ ସଭାପତି ନଳିନୀ ପ୍ରଭା ଯେନା, ଉପସଭାପତି ଗଣେଶ୍ୱର ବରାଳ, ଯାଜପୁର ପୈାରପାଳିକାର ଅଧ୍ୟକ୍ଷା ରଂଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, ଯାଜପୁର ବିଧାୟକଙ୍କ ପ୍ରତିନିଧି ଭବ ପ୍ରସାଦ ଦାସ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଙ୍ଗନୱାଡି କର୍ମୀ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ବିଭିନ୍ନ ସ୍ୱେଚ୍ଚ୍ଥାସେବୀ ଅନୁଷ୍ଠାନ, ଆଇନଜୀବୀ, ସମାଜସେବୀ ଏବଂ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଏହି ସ୍ୱାଗତ ପର୍ବରେ ସାମିଲ ହୋଇଥିଲେ। ପୂର୍ବ ପ୍ରସ୍ତୁତ ରୁଚ୍ ଚାର୍ଟ ଅନୁଯାୟୀ ଗୋଟିଏ ରଥକୁ ଜିଲାର ଦଶରଥପୁର ବ୍ଲକ ଅନ୍ତର୍ଗତ କସପା ଏବଂ ଥାଲକୁଡି ଅଞ୍ଚଳ, ବିଂଝାରପୁର ବ୍ଳକ ଅନ୍ତର୍ଗତ ପ୍ରୀତିପୁର ଓ ମାଂସଡା ଅଞ୍ଚଳ ପରିକ୍ରମା ପାଇଁ ପଠାଯାଇଥିବା ବେଳେ ଅନ୍ୟ ଗୋଟିଏ ରଥକୁ ଦେବୀଗଡାଠାରୁ ଗାନ୍ଧି ଛକ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ନିଆଯାଇଥିଲା। ଶୋଭାଯାତ୍ରା ପରେ ଗାନ୍ଧି ଚ୍ଥକଠାରୁ ପାଣିକୋଇଲି, କୋରାଇ, ବ୍ୟାସନଗର ପୈାରାଞ୍ଚଳ ଓ ଦାନଗଦୀ ବ୍ଳକର ବିଭିନ୍ନ ଅଞ୍ଚଳକୁ ପରିକ୍ରମା ପାଇଁ ପଠାଯାଇଛି। ତିନିଦିନ ଧରି ଏହି ରଥ ସମଗ୍ର ଯାଜପୁର ଜିଲା ପରିକ୍ରମା କରି ଅହିଂସା ଓ ଦେଶପ୍ରେମର ବାର୍ତ୍ତା ବାଣ୍ଟିବ। ସୂଚନା ଓ ଲୋକ ସଂପର୍କ ବିଭାଗର କର୍ମଚାରୀ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories