www.samajalive.in
Monday, December 8, 2025
20.1 C
Bhubaneswar

ବନ୍ଧୁ ଘରକୁ ଯାଇ ଭାସି ଯାଇଥିଲେ ଯୁବକ; ବୁଦାରୁ ମିଳିଲା ମୃତଦେହ

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ କଳାଖଣ୍ଡି ନିକଟସ୍ଥ ଲକ୍ଷ୍ମୀନାଳରୁ ପୁଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ଜଣକ ସାଲକଟା ଗ୍ରାମର ପ୍ରମୋଦ ଭୋକ୍ତା(୪୫) ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଗତ ରବିବାର ପୁରୁଣାକଟକ ପଂଚାୟତ ସାଲକଟା ଗ୍ରାମର ପ୍ରମୋଦ ଭୋକ୍ତା ନିଜ ବନ୍ଧୁ ଘର ଚୁଇଁମାଟି ଗ୍ରାମକୁ ବୁଲିବାକୁ ଯାଇଥିଲେ। ସେଦିନ ରାତିରେ ନାଳପାର ହୋଇ ଘରକୁ ଫେରୁଥିବାବେଳେ ନାଳରେ ଭାସିଯାଇ ଦୁଇଦିନ ହେଲା ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଲିନଥିଲା। ଆଜି ସକାଳୁ ନାଳକୁ କିଛି ଲୋକ ଗାଧୋଇବାକୁ ଯାଇଥିବା ସମୟରେ ବୁଦାମୂଳେ ଏକ ମୃତଦେହକୁ ଦେଖି ପୁଲିକୁ ଖବର ଦେଇଥିଲେ। ଖବର ପାଇ ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ମୃତଦେହଟି ସାଲକଟା ଗ୍ରାମର ପ୍ରମୋଦ ଭୋକ୍ତାଙ୍କ ବୋଲି ପୁଲିସ ଚିହ୍ନଟ କରିଛି। ପୁରୁଣାକଟକ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବବ୍ୟବଛେଦ ପାଇଁ ବୌଦ୍ଧ ମେଡିକାଲ ପଠାଇଥିବା ଜଣାପଡ଼ିଛି। ମୃତ ପ୍ରମୋଦଙ୍କ ପତ୍ନୀ ସହ ଗୋଟିଏ ପୁଅ, ଗୋଟିଏ ଝିଅ ଥିବା ଜଣାପଡ଼ିଛି। ତୁରନ୍ତ ମୃତକଙ୍କ ପରିବାରକୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ଉଠୁଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories