www.samajalive.in
Tuesday, December 9, 2025
26.1 C
Bhubaneswar

ଭାରତ ଯୋଡ଼ୋ ଯାତ୍ରା ପାଇଁ ମହିଳା କଂଗ୍ରେସର ପ୍ରସ୍ତୁତି ବୈଠକ

ଡେସ୍କ: ରାଜ୍ୟରେ ଭାରତ ଯୋଡ଼ୋ ଯାତ୍ରା ପାଇଁ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସେ ବୁଥ, ବ୍ଲକ, ଜିଲ୍ଲା ଏବଂ ପ୍ରାଦେଶିକ ସ୍ତରରେ ମହିଳା କଂଗ୍ରେସ ସଂଗଠନକୁ ସୁଦୃଢ଼ କରି ଭାରତ ଯୋଡ଼ ଯାତ୍ରାକୁ ସଫଳ କରିବା ଖସଡ଼ା ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି।

ପ୍ରଦେଶ କଂଗ୍ରେସ ପକ୍ଷରୁ ହେବାକୁ ଥିବା ଏହି ଯାତ୍ରାରେ ୩୦%ରୁ ଊର୍ଦ୍ଧ୍ବ ମହିଳା ଅଂଶଗ୍ରହଣ କରିବେ। ପ୍ରତି ବୁଥ, ପଂଚାୟତ ଏବଂ ବ୍ଲକରୁ ମହିଳାମାନେ ଏହି ଯାତ୍ରାରେ ଯୋଗଦେବେ। ବିଶେଷ କରି ବୁଥରୁ ଅନ୍ୟୁନ ଦୁଇଜଣ ଯୋଗଦେବା ପାଇଁ ସ୍ଥିର ହୋଇଛି। ଶ୍ରୀମତୀ ପରିଡ଼ା ଅସୁରକ୍ଷିତ, ଦୁଷ୍କର୍ମ ପୀଡ଼ିତ, ନିର୍ଯ୍ୟାତିତ ଏବଂ ଅନ୍ୟାନ୍ୟ ବିପଦରେ ପଡ଼ିଥିବା ମହିଳାଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇଦେବା ପାଇଁ ଅଖିଳ ଭାରତ ମହିଳା କଂଗ୍ରେସର ସଭାନେତ୍ରୀ ସୁଶ୍ରୀ ନିତା ଡି ସୌଜାଙ୍କ ଦ୍ୱାରା ପ୍ରଣୀତ ଟୋଲ ଫ୍ରି ନଂ – ୧୮୦୦-୨୦୩-୦୫୮୯ ଏହି ବୈଠକରେ ଉଦ୍‍ଘାଟନ କରିଥିଲେ। ଏହି ନଂ ଜିଲ୍ଳା, ବ୍ଲକ ଓ ପଂଚାୟତ ସ୍ତରରେ ଉଦ୍‍ଘାଟନ କରାଯିବ ବୋଲି କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ମହିଳା ସଶକ୍ତିକରଣ ପାଇଁ ଏହା ସହାୟକ ହେବ।
ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ ଭାରତ ଆଜି ମୋଦି, ବିଜେପି ଏବଂ ଆରଏସଏସ ପାଇଁ ପ୍ରତିଦିନ ଭାଙ୍ଗି ତୁଟି ଯାଉଛି। ଜନନାୟକ ରାହୁଲ ଗାନ୍ଧୀ ଭାରତକୁ ଯୋଡ଼ି ରଖିବା ପାଇଁ ଭାରତର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଭାରତ ଯୋଡ଼ୋ ଯାତ୍ରାରେ ସମସ୍ତଙ୍କର ସହଯୋଗ ଓ ଅଂଶଗ୍ରହଣ ପାଇଁ ଆହ୍ୱାନ ଦେଇଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ, ରାଜ୍ୟରେ ୧୦୦ ଦିନର ପଦଯାତ୍ରାରେ ୨୦ ଲୋକସଭା ନିର୍ବାଚନ ମଣ୍ଡଳୀ, ୨୬ଟି ଜିଲ୍ଲା ଓ ୨୨୫୦ କିଲୋମିଟର ଅତିକ୍ରମ କରାଯିବ। ପରିଶେଷରେ ଲକ୍ଷ ଲକ୍ଷ ଓଡ଼ିଶାବାସୀଙ୍କୁ ନେଇ ଭୁବନେଶ୍ୱରରେ ରାହୁଲ ଗାନ୍ଧୀଙ୍କର ସଭା ଅନୁଷ୍ଠିତ ହେବ।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories