ରାଜଗୀରରେ ହୋଇଥିବା ହକି ଏସିଆକପ୍ ଫାଇନାଲ୍ ମ୍ୟାଚ୍ରେ ଭାରତ କୋରିଆକୁ ୪-୧ ଗୋଲ୍ରେ ପରାସ୍ତ କରିଛି । ଦୀର୍ଘ ୮ ବର୍ଷର ଅପେକ୍ଷା ଅନ୍ତକରି ଏସିଆ କପ୍ ଟାଇଟଲ୍ ଜିତିଛି। ଏହାସହ ସହିତ ଭାରତ ୨୦୨୬ ବିଶ୍ୱକପ୍ ଦକି ପାଇଁ ଯୋଗ୍ୟତା ହାସଲ କରିଛି ।
ଏହି ମ୍ୟାଚରେ ଭାରତର ଦିଲପ୍ରୀତ ସିଂ ଦୁଇଟି ଗୋଲ୍ କରିଛନ୍ତି , ଖେଳର ପ୍ରଥମ ମିନିଟ୍ରେ ସୁଖଜୀତ ସିଂ ପ୍ରଥମ ଗୋଲ୍ କରି ଭାରତକୁ ଅଗ୍ରଣୀ କରିଥିଲେ । ଅମିତ ରୋହିଦାସ ଶେଷ କ୍ୱାର୍ଟରରେ ଶେଷ ଗୋଲ୍ କରିଥିଲେ। ଏହା ଭାରତର ଚତୁର୍ଥ ଏସିଆ କପ୍ ଟାଇଟଲ୍।
ଏହି ମ୍ୟାଚରେ ଭାରତୀୟ ଖେଳାଳୀମାନେ ଉତ୍ତମ ଖେଳର ପ୍ରଦର୍ଶନ କରିଥିଲେ । ହେଲେ କୋରିଆ ଖେଳରେ ବରାବର ଚାପ ସୃଷ୍ଟି କରିବା ପାଇଁ ଚେଷ୍ଟା କରିଥିଲା ।
ଖେଳର ଆଠ ମିନିଟରେ ଦିଲପ୍ରୀତଙ୍କ ଚେଷ୍ଟାକୁ କୋରିଆର ଗୋଲକିପର କିମ୍ ନାକାମ କରିଥିଲେ । ଭାରତକୁ ଏକ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା, କିନ୍ତୁ କିମ୍ ଏହାକୁ ରୋକିବାରେ ସଫଳ ହୋଇଥିଲେ । ଜୁଗରାଜ୍ ତାଙ୍କର ପୂର୍ବ ମ୍ୟାଚମାନଙ୍କରେ ଦୁଇଟି ପେନାଲ୍ଟିରୁ ଗୋଲ୍ କରିଥିଲେ, କିନ୍ତୁ କୋରିଆର ଗୋଲକିପର ଦମଦାର ଫର୍ମରେ ଥିଲେ। ରିଭର୍ସ ଶଟ୍ ପାଇଁ ଜଣାଶୁଣା ଅଭିଷେକ, ୧୨ ମିନିଟରେ ଏକ ଗୋଲ ଦେବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ତାହା ସଫଳ ହୋଇ ନଥିଲା ।
କୋରିଆ ବେଶ୍ ଚାପ ସୃଷ୍ଟି କରିଥିଲା । ମାତ୍ର ଭାରତର ଗୋଲ ରୋକିବାର କୌଶଳ ବେଶ୍ ଭଲ ଥିଲା .
୨୦ତମ ମିନିଟରେ ଭାରତ ପ୍ରଥମ ପେନାଲ୍ଟି କର୍ଣ୍ଣର ପାଇଥି , ରାଜିନ୍ଦର ବାମ ପଟୁ ଚମତ୍କାର ଖେଳ ଦେଖାଇଥିଲେ, ମାତ୍ର କୋରିଆର ରେଫାରାଲ୍ ଏହାକୁ ରୋକିବାରେ ସଫଳ ହୋଇଥିଲେ ।
ଭାରତର ୨୦୧୭ରେ ଶେଷ ଏସିଆ କପ୍ ହକି ଜିତିଥିଲା । ମାଲେସିଆକୁ ଫାଇନାଲରେ ହରାଇଏ ହି ଟାଇଟଲ୍ ଜିତିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜିତ ରହି ଦମଦାର ପ୍ରଦର୍ଶନ କରିଥିଲା ।



