ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଅନୁଭୂତ ହୋଇଥିବା ବଡ ଧରଣର ଭୂକମ୍ପରେ ବଢି ଚାଲି ମୃତ୍ୟୁ ସଂଖ୍ୟା । ଏଯାଏଁ ମୃତ୍ୟୁ ସଂଖ୍ୟା ୮୦୦ ପାର୍ କରିଥିବା ଖବର ସାମ୍ନାକୁ ଆସିଛି । ୬.୩ ତୀବ୍ରତା ବିଶିଷ୍ଟ ଏହି ଭୂକମ୍ପର ଏକ ଛାତିଥରା ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି । ଏଥିରେ ଶହ ଶହ ଲୋକେ ଆହତ ହୋଇଥିବା ବେଳେ ଏବେ ମଧ୍ୟ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଭୂକମ୍ପର କେନ୍ଦ୍ରସ୍ଥଳ ଜଲାଲାବାଦ ସହର ବୋଲି ଜଣାପଡିଛି ।
BREAKING: The death toll from the earthquake in Afghanistan has risen to 509, with more than 1,000 people injured. pic.twitter.com/a3qCk58KWf
— Weather Monitor (@WeatherMonitors) September 1, 2025
ସହର ଠାରୁ ପ୍ରାୟ ୨୭ କିଲୋମିଟର ଦୂର ପୂର୍ବ-ଉତ୍ତର-ପୂର୍ବରେ ଭୂମି ଠାରୁ ୮ କିମି ଗଭୀରରେ ଭୂକମ୍ପ ହୋଇଛି । ଯାହା ଫଳରେ ଏହା ଆଫଗାନିସ୍ତାନ ପାଇଁ ବଡ କ୍ଷତି ଆଣିଛି । ଏହି ଭୂକମ୍ପର ଝଟକା ଦିଲ୍ଲୀ ଏନସିଆର ଓ ପାକିସ୍ତାନରେ ମଧ୍ୟ ଅନୁଭୂତ ହୋଇଛି।
କମିଲା ଗ୍ୟାସ୍ ସିଲିଣ୍ଡର.. ପେନ୍ସନ୍ ଠାରୁ ଆରମ୍ଭ କରି ବଦଳିଲା କେଡ୍ରିଡ୍ କାର୍ଡ ପର୍ଯ୍ୟନ୍ତ ଏସବୁ ନିୟମ



