www.samajalive.in
Sunday, December 7, 2025
23.1 C
Bhubaneswar

ଦେଶକୁ ମୋଦୀଙ୍କ ଭଳି ପ୍ରଧାନମନ୍ତ୍ରୀ ମିଳିବା ଭଗବାନଙ୍କ କୃପା: ଜୟାପ୍ରଦା

ପିପିଲି: ଦେଶକୁ ନରେନ୍ଦ୍ର ମାଦୀଙ୍କ ଭଳି ଜଣେ ଦକ୍ଷ ପ୍ରଧାନମନ୍ତ୍ରୀ ମିଳିବା ନିଶ୍ଚିତ ଭାବେ ଭଗବାନଙ୍କ କୃପା ଅଟେ । ମୋଦୀଜୀ ଦେଶ ପାଇଁ ଓ ଆମ୍ଭମାନଙ୍କ ପାଇଁ ଦିନକୁ ୧୮ ଘଣ୍ଟା ପରିଶ୍ରମ କରନ୍ତି ବୋଲି ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତ୍ରୀ ଜୟା ପ୍ରଦା ପିପିଲିଠାରେ ଆୟୋଜିତ ବିଜେପିର ସେବା ପକ୍ଷ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପ୍ରକାଶ କରିଛନ୍ତି ।

ପୁରୀ ଜିଲା ବିଜେପି ପକ୍ଷରୁ ଶନିବାର ସନ୍ଧ୍ୟାରେ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଖଣ୍ଡିଆଗିରିସ୍ଥିତ ମାଣିକ ଗାର୍ଡେନଠାରେ ଆୟୋଜିତ ସେବା ପକ୍ଷ କାର୍ଯ୍ୟକ୍ରମରେ ଯୋଗଦେଇ ଜୟା ପ୍ରଦା କହିଥିଲେ ଯେ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ସମସ୍ତଙ୍କୁ ପ୍ରଭାବିତ କରିଛି । ଅନ୍ୟକୁ ସାହାଯ୍ୟ କରି ଅନ୍ୟର ଉନ୍ନତି କରିବାରେ ସେ ନିଜର ବିଜୟ ବୋଲି ଭାବନ୍ତି । ତେଣୁ ତାଙ୍କ ପିଲାଦିନର ଜୀବନୀକୁ ଜାଣିବା ପରେ ଆମେ ନିଜକୁ ବହୁତ ଗର୍ବ ଅନୁଭବ କରୁଛୁ । ଓଡିଶା ବିକାଶ କ୍ଷେତ୍ରରେ ଆଗକୁ ବହୁତ ବଢିବ ଓ ସମଗ୍ର ଦୁନିଆରେ ଏହା କେନ୍ଦ୍ର ବିନ୍ଦୁ ପାଲଟିବ ବୋଲି ସେ ଆଶାପ୍ରକାଶ କରିଥିଲେ । ଆପଣମାନଙ୍କ ଭିତରେ ମୋ ପ୍ରତି ଏତେ ଭଲପାଇବା ନିଶ୍ଚିତ ଭାବେ ଜଗନ୍ନାଥଙ୍କ କୃପା ବୋଲି ସେ କହିଥିଲେ । ବହୁସଂଖ୍ୟାରେ ମହିଳାଙ୍କୁ ଦେଖି ସେ ଖୁସିବ୍ୟକ୍ତ କରିବା ସହ ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ସଂପର୍କରେ ଆଲୋକପାତ କରିଥିଲେ ।

- Advertisement -

ବିଜେପିର ସେବା ପକ୍ଷ ପାଳନ ସଂପର୍କରେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ଆଲୋକପାତ କରିଥିଲେ । ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ମହିଳାମାନଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା ସେବା ଜାରିରହିଥିବା ବେଳେ ଏହାର ସୁବିଧା ନେବା ପାଇଁ ସେ ସମସ୍ତ ମହିଳାମାନଙ୍କୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଏସ୍‍ଟି ହ୍ରାସ କରିବା ପରେ ଏବେ ସମସ୍ତ ଜିନିଷ ଶସ୍ତା ହୋଇଥିବାର ସେ ସୂଚନା ଦେଇଥିଲେ । ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ପୁରୀ ସଂସଦୀୟ କ୍ଷେତ୍ରବାସୀଙ୍କ ପକ୍ଷରୁ ଡାକ୍ତର ପାତ୍ର କୃତଜ୍ଞତା ଜ୍ଞାପନ କରିଥିଲେ । ଅନ୍ୟତମ ଅତିଥି ଭାବେ ପୁରୀ ଜିଲା ବିଜେପିର ସାଧାରଣ ସଂପାଦକ ଉମାକାନ୍ତ ନାୟକ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ । ଜିଲା ବିଜେପି ସେବା ପକ୍ଷର ସଂଯୋଜକ ଗଙ୍ଗାଧର ବରାଳ ସଭା କାର୍ଯ୍ୟ ପରିଚାଳନା କରିବା ଅବସରରେ ଦଳ ପକ୍ଷରୁ ଜିଲା ବ୍ୟାପୀ ଚାଲିଥିବା ସେବା କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ । ରାଜ୍ୟ କଳାକୃତି ପୁରସ୍କାରପ୍ରାପ୍ତ ବିଶିଷ୍ଟ ଚାନ୍ଦୁଆ କାରିଗର ସୁରେଶ ଚନ୍ଦ୍ର ମହାପାତ୍ର ଏକ ଚାନ୍ଦୁଆକୁ ଜୟା ପ୍ରଦାଙ୍କୁ ଉପହାର ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପିଲାଦିନର ଘଟଣାବଳୀ ଉପରେ ଅଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର (ଚଲୋ ଜିତେ ହେଁ)କୁ ପ୍ରଦର୍ଶନ କରାଯାଇଥିବା ବେଳେ ଏହାକୁ ଅତିଥିଙ୍କ ସମେତ ସମସ୍ତେ ଦେଖିଥିଲେ ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories