www.samajalive.in
Monday, December 8, 2025
27.1 C
Bhubaneswar

ବିଜେପି ପ୍ରାର୍ଥୀଙ୍କୁ ନଜରବନ୍ଦୀ ରଖିବାକୁ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶ

ବୁଲନ୍ଦସହର: ଉତ୍ତର ପ୍ରଦେଶର ବୁଲନ୍ଦସହର ଲୋକସଭା ପ୍ରାର୍ଥୀ ଭୋଲା ସିଂହଙ୍କୁ ଝଟ୍‌କା ଲାଗିଛି। ନିର୍ବାଚନ ଅଧିକାରୀ ଭୋଲାଙ୍କୁ ନଜରବନ୍ଦୀ ରଖିବାକୁ ନିର୍ଦେଶ ଦେଇଛନ୍ତି। ଫଳରେ ଭୋଲା  କୌଣସି ବୁଥ୍‌କୁ ଯାଇପାରିବେ। ଭୋଲା ମତଦାନ ସମୟରେ ଇଭିଏମ୍‌ ନିକଟକୁ ଯାଇ ଭୋଟରଙ୍କୁ ପ୍ରଲୋଭିତ କରୁଥିବା ଅଭିଯୋଗ ହେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି।

ଗୁରୁବାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଥିବାବେଳେ ରାଜ୍ୟରେ ମତଦାନ ଚାଲିଛି। ଏହି ସମୟରେ ଭୋଲା ଜେପି ଜନତା ଇଣ୍ଟର କଲେଜରେ ହୋଇଥିବା ବୁଥ୍‌କୁ ଯାଇ ଭୋଟରଙ୍କୁ ପ୍ରଲୋଭିତ କରି ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ ଜିଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହା ପରେ ଜିଲା ନିର୍ବାଚନ ଅଧିକାରୀ ଭୋଲାଙ୍କୁ ନୋଟିସ ଜାରି କରିଥିଲେ। ପରେ ଜିଲା ନିର୍ବାଚନ ଅଧିକାରୀ, ସଦର ଏସଡିଏମ୍‌ ଟିମ୍‌ ସହିତ ଉକ୍ତ ବୁଥ୍‌କୁ ଯାଇଥିଲେ।

- Advertisement -

ଏ ସମ୍ପର୍କରେ ଭୋଲା ଗଣମାଧ୍ୟମକୁ କହିଛନ୍ତି ଯେ, ସେ କୌଣସି ଭୋଟରଙ୍କୁ ପ୍ରଲୋଭନ କରିନାହାନ୍ତି। ଲୋକମାନେ ଭୋଟ ଦେଇ ବାହାରକୁ ଆସିବା ବେଳେ ମୋଦୀ ମୋଦୀ ନାରା ଲଗାଉଥିଲେ। ସେମାନଙ୍କୁ ସେ ଧନ୍ୟବାଦ କହିଥିଲେ। ସେ କୌଣସି ଇଭିଏମ୍‌ ନିକଟକୁ ଯାଇନାହାନ୍ତି କି ଭୋଟରଙ୍କ ସହ କଥା ହୋଇନାହାନ୍ତି ବୋଲି ଭୋଲା କହିଛନ୍ତି।

ଜିଲା ଅଧିକାରୀ କହିଛନ୍ତି ଯେ, ପ୍ରାର୍ଥୀମାନେ ବୁଥ୍‌କୁ ଯାଇପାରିବେ। ସେଠାରେ ବ୍ୟବସ୍ଥାର ନିରୀକ୍ଷଣ କରିପାରିବେ। ଏହା ଆଚରଣ ବିଧି ଉଲ୍ଲଂଘନ ନୁହେଁ। କିନ୍ତୁ ଇଭିଏମ୍‌ ପାଖକୁ ଯାଇପାରିବେ ନାହିଁ। ତେବେ ଭୋଲା ସିଂହଙ୍କୁ ନଜରବନ୍ଦୀ ଆଦେଶ ଜାରି ହେବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାପାଳ ଏବଂ ବରିଷ୍ଠ ଏସପି ବୈଠକ କରିଛନ୍ତି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories