ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଡାବରଚୁଆ ନିକଟରେ ଆଜି ସନ୍ଧ୍ୟାରେ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣଙ୍କ ଚେମଣା ପଞ୍ଚାୟତ ବଳିଆପଶି ଗ୍ରାମର ଅନାଦି ମହାନ୍ତ(୬୩) ବୋଲି ଜଣାପଡିଛି। ସେ ଖିରେଇଟାଙ୍ଗିରୀ ରୁ ପାଦରେ ଚାଲି ଚାଲି ଯାଉଥିବା ସମୟରେ ତାଙ୍କୁ ଡାବରଚୁଆ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଖବର ପାଇ ପାଟଣା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି କେନ୍ଦୁଝର ଡାକ୍ତରଖାନାକୁ ନେଇଛି। ତୁରୁମୁଙ୍ଗା ପୋଲିସ ଘଟଣାର ତଦନ୍ତ କରୁଛି।
Popular Categories



