www.samajalive.in
Saturday, December 6, 2025
26.1 C
Bhubaneswar

ଡିଭାଇଡରରେ ପିଟି ହୋଇ ଅଟୋକୁ ଧକ୍କା ଦେଲା କାର, ଜଣେ ମୃତ ୪ ଆହତ

ପିପିଲି:ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଭୋଗୁଆବାଙ୍କ ନିକଟ ବରାଗଡ ଗ୍ରାମ୍ୟଛକ ଠାରେ ମଙ୍ଗଳବାର ଅପରାହ୍ନରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ଯୁବକର ନାମ କବିର ସାହୁ(୨୨) ଓ ତାଙ୍କ ଘର ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି।
ଖବର ଅନୁଯାଇ, ଭୁବନେଶ୍ୱରରୁ ୪ଜଣ ଯୁବକ ଏକ କାର୍‍ରେ ପୁରୀ ଅଭିମୁଖେ ଯାଉଥିବା ବେଳେ ବରାଗଡ ଗ୍ରାମ୍ୟଛକ ନିକଟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ। କାର୍‍ଟି ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡିଭାଇଡର ସହ ଖୁବ୍‍ ଜୋର୍‍ରେ ଧକ୍କା ଲାଗିବା ପରେ ଅପରପାଶ୍ୱର୍ ରାସ୍ତାରେ ବିପରିତ ଦିଗରୁ ପିପିଲି ଅଭିମୁଖେ ଆସୁଥିବା ଏକ ଚୁଡା ବୋଝେଇ ମାଲବାହୀ ଅଟୋ ସହ ଧକ୍କା ଲାଗି ରାସ୍ତା ଉପରେ ଓଲଟି ପଡିଥିଲା। ଏଥିରେ ଦୁଇଟିଯାକ ଗାଡି ଭାଙ୍ଗିରୁଜି ଯାଇଥିବା ବେଳେ କାର୍‍ରେ ଥିବା ୪ଜଣ ଯୁବକ ଓ ଅଟୋ ଚାଳକ ଗୁରୁତର ଭାବେ ଆହତ ହୋଇଥିଲେ। କାର୍‍ରେ ଥିବା ୪ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପିପିଲି ଡାକ୍ତରଖାନାକୁ ପଠାଇଥିବା ବେଳେ ସେଠାରେ କବିର ସାହୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୩ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍‍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

 

- Advertisement -

ସେଠାରୁ ସଂକଟାପନ୍ନ ଅବସ୍ଥାରେ ଥିବା ସମ୍ବିତ ପରିଡା (୨୬)କୁ ଏକ ଘରୋଇ ହସ୍‍ପିଟାଲ୍‍ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସେହିପରି ଗୁରୁତର ଆହତ ଅଟୋ ଚାଳକକୁ ପ୍ରଥମେ ମଙ୍ଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାଙ୍କୁ କ୍ୟାପିଟାଲ ହସ୍‍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଖବର ପାଇ ପିପିଲି ଆଇଆଇସି ଅଭିମନ୍ୟୁ ନାୟକ, ଏଏସ୍‍ଆଇ ପ୍ରକାଶ ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ôଚ ଦୁର୍ଘଟଣାଗ୍ରସ୍ଥ ଗାଡ଼ି ଦୁଇଟିକୁ ଜବତ କରିଥିଲେ। ପିପିଲି ଡାକ୍ତରଖାନାରେ ଥିବା ମୃତଦେହକୁ ପୁଲିସ ଜବତ କରିବା ସହ ଏସଂପର୍କରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଆସନ୍ତା କାଲି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯିବ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories