www.samajalive.in
Sunday, December 7, 2025
23.1 C
Bhubaneswar

ଆମପାଣି ଘାଟି ନିକଟରେ ଓଲଟିଲା ଧାନ ବୋଝେଇ ଟ୍ରକ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ଆମପାଣି ଘାଟି ନିକଟସ୍ଥ ଟାଙ୍ଗରାପାକନା ଗ୍ରାମ ନିକଟସ୍ଥ ବୁଲାଣି ପାଖରେ ଗତକାଲି ବିଳମ୍ବିତ ରାତ୍ରରେ ଏକ ଧାନ ବୋଝେଇ ଟ୍ରକ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଚାଳକ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ ଗତ କାଲି ବିଳମ୍ବିତ ରାତ୍ରରେ ଏକ ଦଶ ଚକିଆ ଧାନ ବୋଝେଇ ଟ୍ରକ ବୋରିଗୁମ୍ମାରୁ ବଲାଙ୍ଗୀର ଯାଉଥିବା ସମୟରେ ମୈଦଲପୁର ଥାନା ଅନ୍ତର୍ଗତ ଆମପାଣି ଘାଟି ନିକଟ ଟାଙ୍ଗରାପାକନା ଗ୍ରାମ ବୁଲାଣି ନିକଟରେ ଭରସାମ୍ୟ ହରାଇ ଟ୍ରକ ଟି ମଝି ରାସ୍ତାରେ ଓଲଟି ପଡିଲା । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଏଥିରେ ବସିଥିବା ଦୁଇ ଜଣକ ମଧ୍ୟରୁ ଚାଳକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଆଜି ସକାଳୁ ମୈଦଲପୁର ପୁଲିସ ଖବର ପାଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବା ଫାଣ୍ଡି ଅଧିକାରୀ ଅନାମୁ ଦିଆନ ସୂଚନା ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories