www.samajalive.in
Tuesday, December 9, 2025
15.1 C
Bhubaneswar

କଳିଙ୍ଗା ଘାଟିରେ ଓଲଟିଲା ଲୁହା ପାଇପ୍ ବୋଝେଇ ଟ୍ରକ: ଡ୍ରାଇଭରଙ୍କ ଗୋଡ଼ କଟିଲା, ହେଲପେର ଗୁରତର

ଭଞ୍ଜନଗର: କଳିିଙ୍ଗାଘାଟି ଏବେ ସାଧାରଣ ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ଗୋଟିଏ ପରେ ଗୋଟିଏ ଦୂର୍ଘଟଣା ଘଟି ଅକାଳରେ ବହୁ ଜନଜୀବନ କ୍ଷତି ଘଟିଥିବା ବେଳେ ପୁଣି ଶନିବାର ବିଳମ୍ବିତ ରାତିରେ ଏକ ଭୟଙ୍କର ଦୂର୍ଘଟଣା ଘଟିଛି। ଲୁହା ପାଇପ୍ ବୋଝେଇ ଏକ ଦଶ ଚକିଆ ଟ୍ରକ ଘାଟିରୁ ଖସୁଥିବାବେଳେ ଡାହାଣ ପାର୍ଶକୁ ଓଲଟି ପଡିଥିଲା। ପାହାଡର ବକ୍ଷରେ ଟ୍ରକଟି ପିଟି ହୋଇ ଡ୍ରାଇଭର ଓ ହେଲପ୍‌ର ଗୁରୁତର ଭାବେ ଆହାତ ହୋଇଥିଲେ। ଡ୍ରାଇଭର ଜେ.ରବିଙ୍କ ଗୋଟିଏ ଗୋଡ ଆଣ୍ଠୁରୁ ଛିଣ୍ଡି ପଡିଥିଲା। ହେଲପର୍‌ ଏସ୍.କେଖାସିମ୍‌ଙ୍କ ମୁଣ୍ଡରେ ଗୁରୁତର ଆହାତ ଲାଗିଥିଲା। ଉଭୟଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଚିକତ୍ସା କରାଯିବା ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଡ୍ରାଇଭରଙ୍କ ଘର ଆନ୍ଧ୍ରପ୍ରଦେଶର ମାର୍କପୁର ଏବଂ ହେଲପର୍‌ଙ୍କ ଘର ଆନ୍ଧ୍ରପ୍ରଦେଶର ଦୋର୍ଟାଲ ଅଞ୍ଚଳ ବୋଲି ଜଣାପଡିଛି।
ସୂଚନା ଯୋଗ୍ୟ ଯେ ଟ୍ରକଟି ସମ୍ବଲପୁରରୁ ଲୁହା ପାଇପ୍ ବୋଝେଇକରି ଆନ୍ଦ୍ରପ୍ରଦେଶ ଆସୁଥିବା ବେଳେ କଳିଂଗା ଘାଟିର ବିଭିନ୍ନ ବଙ୍କିମ ରାସ୍ତା ଅତିକ୍ରାନ୍ତ କରି ଗଡାଣିଆ ରାସ୍ତାରେ ଖସୁଥିବା ବେଳେ ହଠାତ୍ ବ୍ରେକ ଫେଲ ହୋଇ ଯାଇଥିଲା। ଫଳରେ ଗାଡିର ବେଗ ବଢ଼ି ଯାଇଥିଲା। ଫଳରେ ଗାଡିର ବେଗକୁ ନିୟନ୍ତ୍ରଣ କରିବା ପାଇଁ ଡ୍ରାଇଭର ବିଚଳିତ ହୋଇ ପଡିଥିଲା। ଏହି ସମୟରେ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ କୌଣସି ମତେ ଗାଡିକୁ ଅଟକାଇବା ପାଇଁ ପାହାଡକୁ ଧକ୍କା ଦେଇଥିଲା। ତେବେ, ଗାଡିଟି ଦ୍ରୁତ ଗତିରେ ଯାଉଥିବାରୁ ତାହା ପାହାଡ଼ରେ ପିଟି ହୋଇ ଓଲଟି ପଡିଥିଲା। ଯଦ୍ବାରା ଡ୍ରାଇଭର ଜେ.ରବିର ବାମ ଗୋଡଟି ଟ୍ରକ ତଳେ ଚାପି ହୋଇ ସଂପୂର୍ଣ୍ଣ ଭାବେ ଛିଣ୍ଡି ପଡିଥିଲା। ସେହିପରି ହେଲପରର ମୁଣ୍ଡରେ ପ୍ରଚଣ୍ଡ ଆଘାତ ଲାଗିଥିଲା। ଉଭୟ ଡ୍ରାଇଭର ଓ ହେଲପେର ଟ୍ରକ ତଳେ ଚାପି ହୋଇ ଆର୍ତ୍ତଚିତ୍କାର ଛାଡିଥିଲେ। ଏହି ସମୟରେ ନିକଟସ୍ଥ ଦୂର୍ଗାପ୍ରସାଦ ଓ ଦଦରାଲୁଣ୍ଡା ଗ୍ରାମର କିଛି ଯୁବକ ହଠାତ୍ ବାଇକରେ ସେଠାରେ ପହଞ୍ଚି ୧୦୮ ଆମ୍ଭଲାନ୍ସ ଡାକି ଉଭୟଙ୍କୁ ଗୁରୁତର ଅବସ୍ଥାରେ ସେଠାରୁ ଉଦ୍ଧାର କରି ଭଞ୍ଜନଗର ହସ୍‌ପିଟାଲ ପଠାଇଥିଲେ। ଡ୍ରାଇଭରଙ୍କ କଟିଥିବା ରକ୍ତ ଜୁଡୂବୁଡୁ ଗୋଡଟିକୁ ସ୍ୱତନ୍ତ ଭାବେ ତଳୁ ଉଠାଇ ଆମ୍ଭଲାନ୍ସରେ ଲଦିଥିଲେ। । ଏହି ମର୍ମନ୍ତୁଦ ଦୂର୍ଘଟଣା ହୃଦବିଦାରକ ଦୃଶ୍ୟ ସୃଷ୍ଟି କରିଥିଲା। ଘଟଣାସ୍ଥଳରେ ଭଞ୍ଜନଗର ପୁଲିସ୍ ପହଞ୍ଚି ଉଭୟଙ୍କୁ ଭଞ୍ଜନଗର ମେଡିକାଲରେ ଚିକିତ୍ସା ହେବା ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ପଠାଇବାର ବ୍ୟବସ୍ଥା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories