www.samajalive.in
Thursday, December 11, 2025
26.1 C
Bhubaneswar

କଳାହାଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ମୃତ, ୨୪ ଆହତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜୁନାଗଡ ଥାନା ଅଧିନର ସନ୍ୟାସୀ କଣ୍ଡାମାଲ ଗ୍ରାମରୁ ଏକ ବିବାହ ଶୋଭାଯାତ୍ର ସାରି ଫେରୁଥିବା ବେଳେ ଗତକାଲି ରାତିରେ ଦୁର୍ଘଟଣା ଘଟିଛି । ନିଜ ଗ୍ରାମ ଜୟପାଟଣା ବ୍ଲକ ମହିପାଣି ଯାଉଥିବା ସମୟ ରେ ୨୬ ନମ୍ବର ଜାତୀୟ ରାଜପଥର ଜୁନାଗଡ-କୋକସରା ମଝିରେ ଥିବା କାଲୁପଲା ଛକ ନିକଟରେ ସମ୍ମୁଖ ପଟୁ ଦୃର୍ତ୍ତଗତି ରେ ଆସୁଥିବା ଟ୍ରକ ବ୍ୟାଣ୍ଡ ପାର୍ଟି ଦଳ ଓ କିଛି ବରଯାତ୍ରୀ ଥିବା ପିକକ୍ ଭ୍ୟାନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଗୌତମ ଚଣ୍ଡି (୫୦) ମୃତ୍ୟୁ ହୋଇଥିବା ବେଳେ ଭବାନୀପାଟଣା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ହୃଦାନନ୍ଦ ପଟେଲ (୩୫) ମୃତ୍ୟୁ ଘଟିଛି । ଏହି ମୃତ ଦୁଇ ଜଣ ମହିପାଣି ଗ୍ରାମର  ବୋଲି ଜଣାପଡିଛି । ଏହି ଦୁର୍ଘଟଣାରେ ୧୫ ରୁ ଉର୍ଦ୍ଧ ଗୁରୁତର ଆହତ ହୋଇଛନ୍ତି ।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories