www.samajalive.in
Friday, December 5, 2025
27.1 C
Bhubaneswar

ଦୁର୍ଘଟଣାରେ ଫାଣ୍ଡି ଅଧିକାରୀ ମୃତ

ରାଉରକେଲା : ରାଉରକେଲାର ବିର୍ସାମୁଣ୍ଡା ଛକ ନିକଟରେ ଏକ କାର ଦୁର୍ଘଟଣାରେ ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ହେଲା ମନୋଜ ନାୟକ। ସେ ନିଜ ଡ୍ୟୁଟି ସାରି ରାଉରକେଲା ସ୍ଥିତ ନିଜ ସରକାରୀ କ୍ବାର୍ଟରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ଯେ, ରାଉରକେଲା ପ୍ଲାଣ୍ଟ ସାଇଟ ଥାନାରେ ସବଇନ୍ସପେକ୍ଟର ଥିବା ମନୋଜ ନାୟକଙ୍କ ଗତ ବର୍ଷ ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଭାବେ ବଦଳି ହୋଇଥିଲା। ମଙ୍ଗଳବାର ରାତି ପ୍ରାୟ ୧ଟା ବେଳେ ଶ୍ରୀ ନାୟକ ଡ୍ୟୁଟି ସାରି କାର ଯୋଗେ ରାଉରକେଲା ସ୍ଥିତ ନିଜ କ୍ବାଟରକୁ ଯାଉଥିଲେ। ଭାରସାମ୍ୟ ହରାଇ ସେ କାରଟିକୁ ଏକ ଡିଭାଇଡରରେ ପିଟି ଦେଇଥିଲେ। ଦୁର୍ଘଟଣାରେ ସେ କାର ଭିତରେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ପ୍ଲାଣ୍ଟ ସାଇଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରୀ ନାୟକଙ୍କୁ ଉଦ୍ଧାର କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories