www.samajalive.in
Monday, December 8, 2025
27.1 C
Bhubaneswar

ଦୁଇ ମଟର ସାଇକଲ ମୁହାଁ ମୁହିଁ ଧକ୍କା, ଜଣେ ମୃତ, ଦୁଇ ଆହତ

ଲକ୍ଷ୍ମୀପୁର :  କୋରାପୁଟ ଜିଲା କାକିରିଗୁମା ଥାନା ଅଧୀନସ୍ଥ ଗୌଡଗୁଡା ନିକଟ କୁଟ୍ରା ଘାଟି ଉପରେ ଦୁଇଟି ମଟର ସାଇକଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଯୋଗୁଁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହେବା ସହିତ ଦୁଇଜଣ ଆହତ ହୋଇଥିବା ଜଣା ପଡିଛି। ସୂଚନା ଅନୁଯାୟୀ ଦାମନଯୋଡି ପଟୁ ସ୍ଵାମୀ ସ୍ତ୍ରୀ ଦୁହେଁ କାକିରିଗୁମା ଅଭିମୁଖେ ଆସୁଥିବା ବେଳେ ସାମ୍ନା ପଟୁ ଅନ୍ୟ ଏକ ମଟର ସାଇକଲରେ ଜଣେ ଯୁବକ ଯାଉଥିବା ସମୟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ହିଁ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରୁ ସ୍ବାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଆହତ ହୋଇଛନ୍ତି ।

ସେହିପରି ଅନ୍ୟ ମଟର ସାଇକଲ ଚାଳକ ଜଣଙ୍କ କିଛି ଦୂରକୁ ଛିଟିକି ପଡ଼ିବାରୁ ସେ ମଧ୍ୟ ଆହାତ ହୋଇ ଥିବା ସୁଚନା ମିଳିଛି। ମୃତକଙ୍କ ପରିଚୟ ମିଳି ନାହିଁ। ତେବେ ତାଙ୍କ ଘର ପଞ୍ଚଡା ପଞ୍ଚାୟତର ଝୋଡିଖେନ୍ଦା ଗ୍ରାମରେ ବୋଲି ଜଣାପଡ଼ିଛି । ସେହିପରି ଅନ୍ୟ ଜଣେ ବାଇକ ଆରୋହୀଙ୍କର ଘର କୁଟିଙ୍କା ପଞ୍ଚାୟତର ଢାମଣଗଣ୍ଡା ଗ୍ରାମ ବୋଲି ଜଣାପଡିଛି। ଖବର ପାଇ କାକିରିଗୁମା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ୨ଟି ମଟର ସାଇକଲକୁ ଜବତ କରିଛି। ତେବେ ମୃତକଙ୍କ ପରିଚୟ ମିଳିନାହିଁ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories