ଭୁବନେଶ୍ବର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଉତ୍କଳ ବିଶ୍ଵବିଦ୍ୟାଳୟ ଶାଖା ତରଫରୁ ଖୋର୍ଦ୍ଧା ଜିଲ୍ଲାର ବନ୍ୟା ପୀଡିତ ଗ୍ରାମରେ ରିଲିଫ ବଣ୍ଟନ କରାଯାଇଛି। ଏବିଭିପିର ସଦସ୍ୟମାନଙ୍କ ପକ୍ଷରୁ ବନ୍ୟାରେ ପୀଡିତ ଖୋର୍ଦ୍ଧା ଜିଲ୍ଲାର ଶରଧାପୁର ଗ୍ରାମରେ ପ୍ରାୟ ୨୮୦ ଜଣଙ୍କୁ ରିଲିଫ ବଣ୍ଟନ କରାଯାଇଛି। ପରିଷଦର କାର୍ଯ୍ୟକର୍ତା ମାନେ ଶୁଖିଲା ଖାଦ୍ୟ , ଚୂଡ଼ା, ଚିନି, କଦଳୀ, ବିସ୍କୁଟ ଆଦି ବଣ୍ଟନ କରିଥିଲେ। ଏହି ସଙ୍କଟ ସମୟରେ ଏହା ସେମାନଙ୍କ ପାଇଁ କିଛି ସହାୟକ ହେବ ବୋଲି ସଦସ୍ୟମାନେ ଆଶା ପ୍ରକାଶ କରିଛନ୍ତି।




