www.samajalive.in
Wednesday, December 10, 2025
18.1 C
Bhubaneswar

ପାକିସ୍ତାନର ଚା’ ଦୋକାନରେ ଅଭିନନ୍ଦନଙ୍କ ଫଟୋ

ଇସଲାମାବାଦ: ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ପାକିସ୍ତାନରୁ ଭାରତ ଫେରିଆସିଛନ୍ତି। କିନ୍ତୁ ନିଜର ସାହସିକତା ପାଇଁ ସେ ପାକିସ୍ତାନରେ ବି ନିଜ ପ୍ରଶଂସକ ସୃଷ୍ଟି କରିପାରିଛନ୍ତି, ଯେଉଁଥିପାଇଁ ସେଠାକାର ଚା’ ଦୋକାନରେ ଅଭିନନ୍ଦନଙ୍କ ଫଟୋ ଦେଖିବାକୁ ମିଳୁଛି। ଚା’ ଦୋକାନୀ ଜଣକ ନିଜର ବ୍ୟବସାୟ ପାଇଁ ଏକ ପୋଷ୍ଟର ଲଗାଇଛନ୍ତି। ସେଥରେ ଅଭିନନ୍ଦନଙ୍କ ଫଟୋ ଛପାଯାଇଛି। ଫଟୋ ପାଖରେ ଲେଖାଯାଇଛି ଯେ, ଏଭଳି ଚା’ ଯିଏ ଶତ୍ରୁଙ୍କୁ ବି ମିତ୍ର କରିଦିଏ। ବନ୍ଧୁତ୍ବର ବାର୍ତ୍ତା ଦେଉଥିବା ଅଭିନନ୍ଦନଙ୍କ ଫଟୋ ପାକିସ୍ତାନର କେଉଁ ଅଞ୍ଚଳରେ ଲଗାଯାଇଛି ତାହା ଜଣାପଡ଼ି ନାହିଁ। କିନ୍ତୁ ଟୁଇଟରରେ ଉମର ଫାରୁକ ନାମକ ଜଣେ ବ୍ୟକ୍ତି ଏହି ଫଟୋକୁ ଶେୟାର କରିଛନ୍ତି। ଏହା ପରେ ଉକ୍ତ ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ପାକିସ୍ତାନରେ ଏକ ଚା’ର ପ୍ରଚାର କାର୍ଯ୍ୟକ୍ରମ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଦେଖିବାକୁ ମିଳିଥିଲା। ସେ ଭିଡିଓଟିରେ କହୁଥିଲେ କି ‘ଅତି ଉତ୍ତମ ଚା’, ଧନ୍ୟବାଦ’। କିନ୍ତୁ ପରେ ଜଣାପଡ଼ିଥିଲା ଯେ ଉକ୍ତ ଭିଡିଓଟି ଜାଲ୍‌।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories