www.samajalive.in
Monday, December 8, 2025
27.1 C
Bhubaneswar

ଫାରୁକ ଅବଦୁଲ୍ଲାଙ୍କ ଆବାସକୁ ଅନଧିକାର ପ୍ରବେଶ ଉଦ୍ୟମ, ଅନୁପ୍ରବେଶକାରୀ ନିହତ

ଜାମ୍ମୁ : ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫ୍ରେନ୍ସର ଅଧ୍ୟକ୍ଷ ଡ. ଫାରୁକ ଅବଦୁଲ୍ଲାଙ୍କ ଘରେ ଅନଧିକାର ପ୍ରବେଶ ଉଦ୍ୟମକୁ ସୁରକ୍ଷା କର୍ମୀମାନେ ପଣ୍ଡ କରିବାରେ ସଫଳ ହୋଇଛନ୍ତି। ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଅନୁପ୍ରବେଶକାରୀ ନିହତ ହୋଇଛି। ସୂଚନା ଅନୁସାରେ ଅନୁପ୍ରବେଶକାରୀ ଏକ କଳା ରଙ୍ଗର ଏସ୍‍ୟୁବି କାରରେ ଅବଦୁଲ୍ଲାଙ୍କ ଘର ବାହାରପଟ ଭିଆଇପି ଫାଟକ ଭାଙ୍ଗି ବଳପୂର୍ବକ ଭିତରକୁ ପ୍ରବେଶ କରିଥିଲା। ସୁରକ୍ଷା କର୍ମୀମାନେ ତାକୁ ଘର ମୁଖ୍ୟ ପ୍ରବେଶ ଦ୍ୱାର ପୂର୍ବରୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ସେ ଅଟକି ନ ଥିଲା। ଫଳରେ ସୁରକ୍ଷା କର୍ମୀମାନେ ତାକୁ ଗୁଳି ମାରିବାକୁ ବାଧ୍ୟ ହୋଇଥିଲେ। ଅନୁପ୍ରବେଶକାରୀ ନିକଟରୁ ମିଳିଥିବା ପରିଚୟପତ୍ରରୁ ତାର ଘର ପୁଞ୍ଚ ଜିଲାର ଘୌଲାଠରେ ଓ ତା ନାମ ମୁର୍ଫାସ ଶାହା ବୋଲି ଜାଣିବାକୁ ମିଳିଛି। ତା ନିକଟରୁ କୌଣସି ଅସ୍ତ୍ରଶସ୍ତ୍ର ମିଳିନାହିଁ ଓ ଅଧିକ ଅନୁସନ୍ଧାନ ଜାରି ରହିଛି ବୋଲି ଜାମ୍ମୁ ଜୋନ ପୁଲିସ୍ ଆଇଜି ଏସ୍‍.ଡି ସିଂହ ଜମୱାଲ ପ୍ରକାଶ କରିଛନ୍ତି।

ଅନ୍ୟପଟେ ଶାହାଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ଲୋକେ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ଘଟଣାସ୍ଥଳରେ ପହଞ୍ଚି ସେମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଶାହା ଯଦି ବାସଭବନକୁ ଜୋରଜବରଦସ୍ତ ପ୍ରବେଶ କରିଥିଲେ ତେବେ ପୁଲିସ ତାଙ୍କୁ ଗିରଫ କରିପାରିଥାଆନ୍ତା; କିନ୍ତୁ ତାହା ନ କରି ପୁଲିସ ହଠାତ୍‍ ଶାହାଙ୍କ ଉପରକୁ ଗୁଳି ଚଳାଇବା ଘଟଣାର ତଦନ୍ତ ତଥା ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ତାଙ୍କ ପରିଜନ। ଓମାର୍‍ ଏହି ଘଟଣା ସମ୍ବନ୍ଧରେ ଟ୍ୱିଟରେ ବାର୍ତ୍ତା ଦେଇଛନ୍ତି। ଶାହା ବାସଭବନର ମୁଖ୍ୟ ଦ୍ୱାର ଦେଇ ବୈଠକଖାନା ପର୍ଯ୍ୟନ୍ତ ପହଞ୍ଚି ପାରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସମ୍ପୂର୍ଣ୍ଣ ତଦନ୍ତ ପରେ ବାସ୍ତବ ତଥ୍ୟ ଜଣାପଡିବ ବୋଲି ସେ ଲେଖିଛନ୍ତି। ଅବସର ବିନୋଦନ ପାଇଁ ଭଟିଣ୍ଡି ଗସ୍ତବେଳେ ଅବ୍‍ଦୁଲ୍ଲା ପରିବାର ଏହି ବାସଭବନରେ ଅବସ୍ଥାନ କରିଥାନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories