www.samajalive.in
Sunday, December 7, 2025
16.1 C
Bhubaneswar

କନ୍ଧମାଳରେ ଜନ୍ମ ନେଲା ଗୋଡ଼ ନ ଥିବା ଅଦ୍ଭୁତ ଶିଶୁ

ଫୁଲବାଣୀ: କନ୍ଧମାଳ ଜିଲାରେ ଜନ୍ମ ନେଇଛି ଏକ ଅଦ୍ଭୁତ ଶିଶୁ, ଯାହାର ଗୋଡ଼ ନାହିଁ। ଏହି ଅଦ୍ଭୂତ ନବଜାତ ଶିଶୁକୁ ନେଇ ସାରା ଜିଲାରେ ଚର୍ଚ୍ଚା ଜୋର ଧରିଛି। କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁଡ୍ରାଗ୍ରାମ ପଞ୍ଚାୟତର ଟିକରବାଜୁ ଗ୍ରାମର ସାନନ୍ତି ମଲ୍ଲିକ ପ୍ରସବ ନିମନ୍ତେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଶିଶୁଟିର ଓଜନ ଥିଲା ୧.୮୫୩ ଗ୍ରାମ। ତାଙ୍କର ନବଜାତ ପୁତ୍ର ସନ୍ତାନ ଦେଖିବାକୁ ଅତି ସୁନ୍ଦର ଓ ଡଉଲ ଡାଉଲ। କିନ୍ତୁ ଦୁଃଖର ବିଷୟ ତାଙ୍କର ସେହି ନବଜାତ ପୁତ୍ର ସନ୍ତାନର ଦୁଇଟି ଯାକ ଗୋଡ଼ ନାହିଁ। ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନବଜାତ ଶିଶୁଟିର ଆବଶ୍ୟକ ଚିକିତ୍ସା ସୁବିଧା ନ ଥିଲା। ତେଣୁ ଶିଶୁଟି ଅସୁସ୍ଥ ହୋଇ ପଡ଼ିଥିଲା। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଉଭୟ ମା’ ଓ ନବଜାତ ଶିଶୁକୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟର ଏସ୍‍ଏନ୍‍ସିୟୁ ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଡାକ୍ତର ଓ ନର୍ସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ନବଜାତ ଶିଶୁଟିକୁ ଚିକିତ୍ସା କରାଯାଇଥିଲା। ଏବେ ଶିଶୁଟିର ଅବସ୍ଥା ଭଲ ରହିଛି। ଗୋଡ଼ ନ ଥିବା ଶିଶୁ ଜନ୍ମ ଘଟଣା ପ୍ରଚାରିତ ହେବା ପରେ ତାହା ଏବେ କନ୍ଧମାଳ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ଉଭୟ ନବଜାତ ଶିଶୁ ଓ ମା’ ସୁସ୍ଥ ଥିବା ଜଣାପଡ଼ିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories