ସମାଜ ଡିଜିଟାଲ ଡେସ୍କ: ଗତ ୧୦ଦିନ ହେବ ରୋଡ ରୋମିଓ ଜଣଙ୍କ ଯୁବତୀଙ୍କୁ ମାଗୁଥିଲେ ଫୋନ୍ ନମ୍ବର । ସୂଚନା ଅନୁସାରେ ଯୁବତୀ ଜଣଙ୍କ ରାସ୍ତାରେ ଯାତାୟାତ କରିଲା ବେଳେ ପ୍ରତିଦିନ ସଂପୃକ୍ତ ଯୁବକ ଜଣଙ୍କ ତାଙ୍କୁ ପିଛା କରି ଆସିବା ସହ ଫୋନ୍ ନମ୍ବର ମାଗୁଥିଲା । ଯୁବତୀ ଜଣଙ୍କ କିଛି ନକହି ଚାଲିଯାଇଥିଲେ । ହେଲେ ଲଗାତାର ୧୦ଦିନ ଏଭଳି ହେବା ପରେ ଆଜି ଯୁବତୀ ଜଣଙ୍କ ସଂପୃକ୍ତ ରୋଡ ରୋମିଓଙ୍କ ଭଲ ଭାବରେ ପାନେ ଦେଇଛନ୍ତି । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଉନ୍ନାୱରେ ଏହି ଘଟଣାଟି ଘଟିଛି ।
ଯୁବତୀ ଜଣଙ୍କ ଆଜି ସଂପୃକ୍ତ ଯୁବକଙ୍କୁ ରାସ୍ତା ମଝିରେ ପିଟିପିଟି ସାବାଡ କରିଛନ୍ତି । ରୋଡ ରୋମିଓଙ୍କ ଛୁଟି ଘୋଷାଡି ମାରିବା ସହ ଗାଲକୁ ଚାପୁଡା ପରେ ଚାପୁଡା ମାରିବାରେ ଲାଗିଥିଲେ ଯୁବତୀ । ସେଠାରେ ଥିବା ଉପସ୍ଥିତ ଲୋକମାନେ ମଧ୍ୟ ଯୁବତୀଙ୍କ ସପକ୍ଷରେ ରହିଥିଲେ । ଯୁବତୀ ଜଣଙ୍କ କଲେଜରେ ପାଠ ପଢୁଥିବା ଜଣାପଡିଛି ।
उन्नाव का अलीम शेक पिछले 10 दिनों से एक लड़की का नंबर मांग रहा था।
खुश होकर लड़की ने आज बीच सड़क पर 10 आंखों का नंबर गाल पे उतार दिया । pic.twitter.com/f34YFcGDqU— Babul Yadav (@BABULKU74795114) July 20, 2025



