ପାଟଣାଗଡ଼ : ବଲାଙ୍ଗୀର ଜିଲା କେନ୍ଦୁମୁଣ୍ଡି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ଆଭାବନୀୟ ଘଟଣା ଘଟିଛି । ଗୋଟିଏ ଘର ଭିତରୁ ସ୍ୱାମୀର ମୃତଦେହ ମିଳିଥିବାବେଳେ ଗୁରୁତର ଅବସ୍ଥାରେ ସ୍ତ୍ରୀକୁ ଉଦ୍ଧାର କରାଯାଇଇଛି ।
ସୂଚନା ଅନୁଯାୟୀ, ପାରିବାରିକ କଳହରୁ ଏପରି ଘଟଣା ଘଟିଛି । ସୋମବାର ରାତିରେ ସ୍ୱାମୀ ଦୁର୍ଯ୍ୟୋଧନ ବଡ଼ିଆ ଓ ସ୍ତ୍ରୀ କିଶୋରୀ ବଡ଼ିଆଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏନେଇ ତାଙ୍କର ଦୁଇ ପିଲା ବଡ଼ପାଟିରେ ଚିତ୍କାର କରିଥିଲେ । ଏହାପରେ ସ୍ଥାନୀୟ ଲୋକେ ଆସି କବଟା ଖୋଲି ଦେଖିଥଲେ । ସ୍ୱାମୀ ଦୁର୍ଯ୍ୟୋଧନ ଅଚେତ ଆବସ୍ଥାରେ ପଡ଼ିଥିବାବେଳେ ସ୍ତ୍ରୀ କିଶୋରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ । ଉଭୟଙ୍କୁ ସ୍ଥାନୀୟଲୋକେ ଉଦ୍ଧାରକରି ମେଡିକାଲରେ ଭର୍ତ୍ତିକରିଥିଲେ । ଡାକ୍ତର ଦୁର୍ଯ୍ୟୋଧନଙ୍କୁ ମୃତ ଘୋଷଣା କରିଥିବେଳେ ସ୍ତ୍ରୀ କିଶୋରୀଙ୍କ ଅବସ୍ଥା ଗୁରୁତର ଅଛି ବୋଲି କହିଛନ୍ତି । ଖବର ପାଇ ପାଟଣାଗଡ଼ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କିଛି ।



