www.samajalive.in
Monday, December 8, 2025
17.1 C
Bhubaneswar

ଅଭିନନ୍ଦନଙ୍କ ଉପରେ କମେଡ଼ି ଚଳଚ୍ଚିତ୍ର ନିର୍ମାଣ କରିବ ପାକିସ୍ତାନ

ମୁମ୍ବଇ : ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଉପରେ କମେଡ଼ି ଚଳଚ୍ଚିତ୍ର ନିର୍ମାଣ କରିବ ପାକିସ୍ତାନ। ପାକିସ୍ତାନୀ ଲେଖକ ଖଲିଲ୍ ଉର୍-ରହମାନ୍ କମର୍ ଏହି ଚଳଚ୍ଚିତ୍ରର ସ୍କ୍ରିପ୍ଟ ଲେଖିବା ସହ ନିର୍ଦ୍ଦେଶନା ଭାର ମଧ୍ୟ ବହନ କରିବେ ବୋଲି ଜଣାପଡ଼ିଛି। ନିକଟରେ ବଲିଉଡ୍ ଅଭିନେତା ବିବେକ ଓବରୟ ବାଲାକୋଟ୍ ଷ୍ଟ୍ରାଇକ୍ ଓ ଅଭିନନ୍ଦନଙ୍କ ବୀରତ୍ବର କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବେ ବୋଲି ଘୋଷଣା କରିଥିଲେ। ଏଥିପାଇଁ ସେ ଅନୁମତି ମଧ୍ୟ ଆଣିସାରିଛନ୍ତି। ଏହି ଖବର ପାଇବା ପରେ ପାକିସ୍ତାନ ପ୍ରତିକ୍ରିୟାଶୀଳ ହୋଇଉଠିଛି ଓ ଅଭିନନ୍ଦନଙ୍କ ଉପରେ ହାସ୍ୟରସାତ୍ମକ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।

ସୂଚନା ଅନୁସାରେ, ଅଭିନନ୍ଦନଙ୍କ ଉପରେ ପାକ୍‌ ନିର୍ମାଣ କରିବାକୁ ଥିବା ଚଳଚ୍ଚିତ୍ରର ନାଁ ‘ଅଭିନନ୍ଦନ କମ୍ ଅନ୍’ ରଖାଯିବ। ପାକିସ୍ତାନ ଅଭିନେତା ଶମୁମ୍ ଅବାସୀ ଏଥିରେ ଅଭିନନ୍ଦନଙ୍କ ଭୂମିକାରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଛି। ଅବାସୀ ଚଳଚ୍ଚିତ୍ରରେ ସାମିଲ ଅଛନ୍ତି ବୋଲି ନିଜେ ସ୍ପଷ୍ଟ ମଧ୍ୟ କରିଛନ୍ତି। ସେ କହିଛନ୍ତି, ‘ଏହି ଚଳଚ୍ଚିତ୍ର ପାକିସ୍ତାନୀ ଦର୍ଶକ ଓ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ସର୍‌ପ୍ରାଇଜ୍ରୁ କମ୍ ନୁହେଁ’।

- Advertisement -

ଚଳଚ୍ଚିତ୍ରର ଶୁଟିଂ ସେପ୍ଟେମ୍ବର ମାସରୁ ଆରମ୍ଭ ହେବ ଓ ଆସନ୍ତା ବର୍ଷ ଫେବୃଆରୀ ୨୭ ତାରିଖରେ ଏହା ମୁକ୍ତିଲାଭ କରିବ ବୋଲି ଶୁଣିବାକୁ ମିଳିଛି। ସୂଚନାଯୋଗ୍ୟ, ଠିକ୍ ଏହି ଦିନ ହିଁ ଅଭିନନ୍ଦନଙ୍କୁ ପାକିସ୍ତାନରେ ବନ୍ଦୀ କରାଯାଇଥିଲା।

 

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories