www.samajalive.in
Monday, December 8, 2025
27.1 C
Bhubaneswar

ବିଚଳିତ ଇମ୍ରାନ କହିଲେ; ପୂରା ବିଶ୍ୱରେ ପଡିବ ଭାରତ-ପାକ୍‍ ଯୁଦ୍ଧର ପ୍ରଭାବ

ଇସଲାମାବାଦ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ପଡୋଶୀ ଦେଶ ପାକିସ୍ତାନ ବିଚଳିତ ହୋଇପଡିଛି। ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବାରମ୍ବାର ପରମାଣୁ ଯୁଦ୍ଧର ଫମ୍ପା ଭୟ ଦେଖାଉଛନ୍ତି। ଏହି କ୍ରମରେ ଶୁକ୍ରବାର ପିଓକେରେ ଆୟୋଜିତ ଏକ ର‍୍ୟାଲିକୁ ସମ୍ବୋଧନ କରି ଇମ୍ରାନ ଖାନ ପୁଣି ଥରେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି।

ଇମ୍ରାନ କହିଛନ୍ତି ଯେ ଭାରତୀୟ ସେନା ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ବାଲାକୋଟ ଭଳି କିଛି କାର୍ଯ୍ୟାନୁଷ୍ଠାନ କରିପାରେ ବୋଲି ଗୁଇନ୍ଦା ସୂଚନା ମିଳିଛି। ପିଓକେରେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ହେଲେ ତାର କଡ଼ା ଜବାବ ଦିଆଯିବ। ମୁଁ ମୋଦୀଙ୍କୁ କହିବାକୁ ଚାହୁଁଛି ଯେ ଆମ ସେନା ପିଓକେରେ କିଛି ବି କରିବାକୁ ପ୍ରସ୍ତୁତ ଅଛି। ପାକିସ୍ତାନ ସେନା କୌଣସି ବି ପରିସ୍ଥିତିକୁ ସାମ୍ନା କରିପାରିବ। ଯଦି ପରମାଣୁ ଶକ୍ତି ସମ୍ପନ୍ନ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏହାର ପ୍ରଭାବ ପୂରା ଦୁନିଆକୁ ଭୋଗିବାକୁ ପଡ଼ିବ ଓ ଏହା ସାରା ବିଶ୍ୱ ଜାଣିବା ଦରକାର। ଭାରତ ସରକାର ୮୦ ଲକ୍ଷ କାଶ୍ମୀରବାସୀଙ୍କୁ ଦେଶର ଅନ୍ୟ ଅଂଶରୁ ଅଲଗା କରି ରଖିଛି ଓ ଅକଥନୀୟ ନିର୍ଯାତନା ଦେଉଛି। କାଶ୍ମୀରରେ କ’ଣ ହେଉଛି ତାହା ପୂରା ଦୁନିଆ ଦେଖୁଛି। ହେଲେ ମୁସଲମାନଙ୍କ ଉପରେ ଅତ୍ୟାଚାର ହେଲେ ଅନ୍ତର୍ଜାତୀୟ ସମୂଦାୟ ଚୁପ ରହୁଛି। କାଶ୍ମୀରରେ ମୁସଲମାନ ନଥିଲେ ସାରା ବିଶ୍ୱ ତାଙ୍କ ସପକ୍ଷରେ ଠିଆ ହୋଇଥାନ୍ତା। ଆରଏସଏସ ମୁସଲମାନଙ୍କୁ ଚପାଇ, ଦ୍ୱିତୀୟ ଶ୍ରେଣୀର ନାଗରିକ କରି ରଖିବାକୁ ଚାହୁଁଛି। ପୁଣି ଥରେ କାଶ୍ମୀର ପ୍ରସଙ୍ଗ ମିଳିତ ଜାତିସଂଘରେ ଉଠାଇବେ ବୋଲି ଇମ୍ରାନ କହିଛନ୍ତି।

- Advertisement -

ପ୍ରକାଶ ଯେ ଏହା ପୂର୍ବରୁ ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେସୀ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧୁରୀ, ରେଳ ମନ୍ତ୍ରୀ ଶେଖ ରାଶିଦ ଅହମଦ ଭାରତକୁ ଯୁଦ୍ଧର ଧମକ ଦେଇସାରିଛନ୍ତି। ପାକିସ୍ତାନ ନେତାମାନେ ବାରମ୍ବାର ଯୁଦ୍ଧର ଧମକ ଦେଇ ଏକ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories