www.samajalive.in
Monday, December 8, 2025
27.1 C
Bhubaneswar

ବାପାକୁ ପଥରରେ ଛେଚି ହତ୍ୟା କଲା ପୁଅ, ଅଭିଯୁକ୍ତ ଫେରାର

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଶୋଇଥିବା ଅବସ୍ଥାରେ ବାପାକୁ ହତ୍ୟା କରି ପୁଅ ଫେରାର ହୋଇଯାଇଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ମୋହନା ଥାନା ମେରାପଲ୍ଲୀ ପଂଚାୟତ ଅନ୍ତର୍ଗତ ଲୁଡ୍ରୁ ଗ୍ରାମରେ ରାଜ୍ୟ ସରକାରଙ୍କ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଆଶ୍ରମ ବିଦ୍ୟାଳୟ ରହିଛି । ଏହି ବିଦ୍ୟାଳୟର ହଷ୍ଟେଲରେ ୪୫ ଝିଅ ଓ ୪୦ ଜଣ ପୁଅ ରହି ଅଧ୍ୟୟନ କରୁଛନ୍ତି । ପୁଅ ପିଲାଙ୍କ ହଷ୍ଟେଲରେ ରୋଷେୟା ଭାବେ ୨୪ ବର୍ଷ ହେଲା ମୃତ ଜଗନ୍ନାଥ କାର୍ଯୀ (୪୦) କାର୍ଯ୍ୟକରି ଆସୁଥିଲେ । ତାଙ୍କ ସ୍ତ୍ରୀ ଶୁଶିଳା ମଣ୍ଡଳ (୪୦) ମଧ୍ୟ ଉକ୍ତ ବିଦ୍ୟାଳୟର ଝିଅ ପିଲାଙ୍କ ହଷ୍ଟେଲରେ ରୋଷେୟା ଭାବେ ୧୦  ବର୍ଷ ହେଲା କାର୍ଯ୍ୟ କରୁଛନ୍ତି । ତାଙ୍କର ୨ ପୁଅ ଓ ୨ ଝିଅ ଅଛନ୍ତି । ବଡପୁଅ ଓ ବଡଝିଅ ବାହାରେ ରହୁଥିବା ବେଳେ ସାନ ପୁଅ ଅଭିଯୁକ୍ତ କେଶବ କାର୍ଯୀ (୧୯) ଓ ସାନଝିଅ ହରପ୍ରିୟା କାର୍ଯୀ (୧୨) ବାପା ମାଙ୍କ ପାଖରେ ରହି ଆଶ୍ରମ ବିଦ୍ୟାଳୟରେ ପାଠ ପଢୁଛନ୍ତି ।

ମଙ୍ଗଳବାର କୌଣସି କାର୍ଯ୍ୟରେ ଶୁଶିଳା ପୁଅ କେଶବକୁ ସାଥିରେ ନେଇ ନିଜ ଗ୍ରାମ ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ ତୁମ୍ବ ଗ୍ରାମକୁ ଯାଇ ଗୁରୁବାର ସନ୍ଧ୍ୟାରେ ଲୁଡ୍ରୁ ଫେରିଥିଲେ । ରାତ୍ରା ପ୍ରାୟ ୮ଟାରେ ସ୍ୱାମୀ, ସ୍ତ୍ରୀ, ପୁଅ, ଝିଅ ମିଶି ଖାଇ ସାରିବା ପରେ ମା ଓ ଝିଅ ହଷ୍ଟେଲକୁ ଶୋଇବା ପାଇଁ ଚାଲିଯାଇଥିଲେ । କ୍ୱାଟରରେ ବାପା ମୃତ ଜଗନ୍ନାଥ ଓ ପୁଅ କେଶବ ଶୋଇଥିଲେ । ଶୁକ୍ରବାର ସକାଳ ପ୍ରାୟ ୬ ଟାରେ ଝିଅ ହରପ୍ରିୟା ରୋଷେଇ କରିବା ପାଇଁ ବାପାଙ୍କୁ ଡାକିବାକୁ କ୍ୱାଟରକୁ ଯାଇଥିଲା । ସେଠାରେ ସେ ଦେଖିଲା ତା ବାପା ରକ୍ତାକ୍ତ ଅବସ୍ଥାରେ ମରି ପଡିଛନ୍ତି । ସାନ ପୁଅ କେଶବ କାର୍ଯୀ (୧୯) ବାପାକୁ ପଥରରେ ଛେଛି ହତ୍ୟା କରି ଚମ୍ପଟ ମାରିଥିବା ମୃତକଙ୍କ ସ୍ତ୍ରୀ ଶୁଶିଳା ମଣ୍ଡଳ ମୋହନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି । 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories