www.samajalive.in
Monday, December 8, 2025
27.1 C
Bhubaneswar

ବିଦ୍ୟୁତ ସଂସ୍ପର୍ଶରେ ଦୁଇ ଯୁବକ ମୃତ, ୨ ଗୁରୁତର

ଦାରିଙ୍ଗବାଡ଼ି: ଗାଧୋଇବାକୁ ଯାଉଥିବାବେଳେ  ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଭ୍ରମରବାଡ଼ି ପଂଚାୟତ ଅଧିନରେ ଥିବା କଲେଙ୍ଗବାଡି ଗାଁରେ ଘଟିଛି ମୃତ ଯୁବକ ଦୁଇ ଜଣ ହେଉଛନ୍ତି ରଞ୍ଜନ ପ୍ରଧାନ (୨୧) ଏବଂ ଲିକୁ ପ୍ରଧାନ(୧୭) । ସେହିପରି ଗୁରୁତର ଆହତ ହୋଇଥିବା ଯୁବକ ଦୁଇ ଜଣ ହେଉଛନ୍ତି ଜଳେନ୍ଦ୍ର ପ୍ରଧାନ(୨୦) ଓ ସୁରଜ ପ୍ରଧାନ (୨୧)  ଗୁରୁତର ଯୁବକଙ୍କୁ ଦାରିଙ୍ଗବାଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଖବର ପାଇ ଦାରିଙ୍ଗବାଡି ପୁଲିସ ହସ୍ପିଟାଲରେ ପହଂଚି ତଦନ୍ତ ଚଳାଇଛି ମୃତ ରଞ୍ଜନ ପ୍ରଧାନ ୧୩ ଦିନ ତଳେ ବିବାହ କରିଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories