www.samajalive.in
Monday, December 8, 2025
27.1 C
Bhubaneswar

ଆୟ ବହିର୍ଭୁତ ସମ୍ପତ୍ତି; ଆଜି ଇଡିରେ ହାଜର ହେବେ କଂଗ୍ରେସ ନେତା ଶିବକୁମାର

ବେଙ୍ଗାଲୁରୁ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ଉପରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) କଂଗ୍ରେସର ବରିଷ୍ଠ ନେତା ଡି.କେ. ଶିବକୁମାରଙ୍କୁ ନୋଟିସ ଜାରି କରିଛି। ଶୁକ୍ରବାର ଅପରାହ୍ନ ୧ଟାରେ ଦିଲ୍ଲୀରେ ଇଡି ନିକଟରେ ହାଜର ହେବାକୁ ନୋଟିସରେ କୁହାଯାଇଛି। ଗତ ଗୁରୁବାର କର୍ଣ୍ଣାଟକ ହାଇକୋର୍ଟ ଶିବକୁମାରଙ୍କ ପିଟିଶନକୁ ଖାରଜ କରିଦେଇଥିଲେ। ପିଟିଶନରେ ଶିବକୁମାର ଇଡିର ସମନକୁ ଖାରଜ କରିବାକୁ ଆବେଦନ କରିଥିଲେ। ଏହା ଖାରଜ ହୋଇଯିବା ପରେ ଶିବକୁମାରଙ୍କୁ ଇଡି ସମ୍ମୁଖରେ ହାଜର ହେବାକୁ ପଡ଼ିବ।

ଏ ସମ୍ପର୍କରେ ଶିବକୁମାର କହିଛନ୍ତି, ମୁଁ କୋର୍ଟଙ୍କୁ ଆବେଦନ କରିଥିଲି ଯେ ଏହା ଏକ ସାଧାରଣ ଆୟକର ମାମଲା। ମୁଁ ପୂର୍ବରୁ ଆୟକର ରିଟର୍ନ ଦାଖଲ କରିସାରିଛି। ଏଥିରେ ଆର୍ଥିକ ଅନିୟମିତତା ନିରୋଧ ଆଇନର କୌଣସି ଉଲ୍ଲଂଘନ ହୋଇନାହିଁ। ଗୁରୁବାର ରାତିରେ ମୋତେ ଫୋନ କରି ଇଡିରେ ହାଜର ହେବାକୁ କୁହାଯାଇଛି। ମୁଁ ଆଇନକୁ ସମ୍ମାନ ଜଣାଏ। ସୂଚନାଯୋଗ୍ୟ, ଇଡି ଗତବର୍ଷ ଶିବକୁମାରଙ୍କ ସମେତ ଅନ୍ୟ କେତେଜଣଙ୍କ ବିରୋଧରେ ଆର୍ଥିକ ଅନିୟମିତତା ମାମଲା ରୁଜୁ କରିଥିଲା।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories