www.samajalive.in
Monday, December 8, 2025
20.1 C
Bhubaneswar

ରାମେୟାପାଟଣାକୁ ଗିଳୁଛି ସମୁଦ୍ର

ଚିକିଟି : ଗଞ୍ଜାମ ଜିଲା ଚିକିଟି ବ୍ଲକର ରାମାୟାପଟଣା ଗ୍ରାମକୁ ମାସେ ହେଲା ସମୁଦ୍ର ଜୁଆର ମାଡ଼ ହେଉଛି। କ୍ରମାଗତ ଜୁଆର ମାଡ଼ରେ ଗ୍ରାମର ୨୭ ପରିବାରର ଘର ସମୁୁଦ୍ରରେ ଲୀନ ହୋଇଯାଇଛି। ମାତ୍ର ସପ୍ତାହକ ପାଇଁ ସମୁଦ୍ର କିଛି ଦୂର ପଛକୁ ଘୁଞ୍ଚି ଯାଇଥିଲା। ଆଜି ପୁଣି ସମୁଦ୍ର ତାର ଉଗ୍ରରୁପ ଧାରଣ କରିଛି। ପ୍ରବଳ ମାତ୍ରାରେ ଜୁଆର ଉଠୁଛି। ବିଗତଦିନ ଅପେକ୍ଷା ଜୁଆର ତୀବ୍ରତା ବୃଦ୍ଧି ପାଇ ଗାଁ ଆଡ଼କୁ ମାଡ଼ି ଆସିଛି। ପୂର୍ବରୁ ଜୁଆର ମାଡରେ ଯେଉଁ ଘର ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା ସେସବୁ ଆଜିର ଉଚ୍ଚ ଜୁଆର ମାଡରେ ସମୁଦ୍ର ଭିତରକୁ ଚାଲି ଯାଇଛି। ଆଜିର ଉଚ୍ଚ ଢ଼େଉ ଆଉ ସପ୍ତାହେ ଲାଗି ରହଲେ ଅଚିରେ ସମଗ୍ର ରାମୟାପାଟଣା ସମୁଦ୍ରରେ ଲୀନହେବ। ଏବେ ଲଘୁଚାପ ସହ ଆଗକୁ ଅମବାସ୍ୟା ତିଥି ରହିଛି। ଏହି କାରଣରୁ ଜୁଆର ତୀବ୍ରତା ବହୁଗୁଣରେ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଉଚ୍ଚ ଜୁଆର ମାଡରେ ଗ୍ରାମର ଘରଦ୍ୱାର ସମୁଦ୍ରରେ ଭାସିଯିବା ଖବର ପାଇବା ପରେ ଆଜି ଗଂଜାମ ଜିଲାପାଳ, ଚିକିଟି ବିଡ଼ିଓ ଓ ତହସିଲଦାର, ଜଳସମ୍ପଦ ବିଭାଗର ବରିଷ୍ଠ ଯନ୍ତ୍ରୀ ଓ ବିଷେଷଜ୍ଞ ଦଳ ଗ୍ରାମରେ ପହଞ୍ଚିି ସମୁଦ୍ର ଲହଡ଼ିର ପ୍ରକୋପ ଦେଖିବା ସହିତ ତଥ୍ୟ ଅନୁସନ୍ଧାନ କରଛନ୍ତି। ଗ୍ରାମବାସୀ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories