www.samajalive.in
Tuesday, December 9, 2025
16.1 C
Bhubaneswar

ଜନଙ୍କୁ ପଛରେ ପକାଇଲେ ଅକ୍ଷୟ

ମୁମ୍ବଇ : ଅଗଷ୍ଟ ୧୫ ସ୍ବାଧିନତା ଦିବସ ଅବସରରେ ଦୁଇଟି ବହୁପ୍ରତିକ୍ଷିତ ବଲିଉଡ୍ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଗୋଟିଏ ଅକ୍ଷୟ କୁମାରଙ୍କ ଅଭିନୀତ ‘ମିଶନ ମଙ୍ଗଳ’ ହୋଇଥିଲାବେଳେ ଆଉ ଗୋଟିଏ ଜନ ଆବ୍ରାହମଙ୍କ ‘ବାଟଲା ହାଉସ’। ଦୁଇଟି ଯାକ ଚଳଚ୍ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ  ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ମାତ୍ର ଜନଙ୍କୁ ପଛରେ କକାଇ ବହୁତ ଆଗକୁ ମାଡିଯାଇଛନ୍ତି ଅକ୍ଷୟ। ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ମିଶନ ମଙ୍ଗଳ’ ୧୧ଦିନ ପରେ ୧୫୦କୋଟି କ୍ଲବରେ ସାମିଲ ହୋଇଛି। ସେହିପରି ଜନଙ୍କ ‘ବଟଲା ହାଉସ୍’ ବର୍ତ୍ତମାନ ପର୍ଯ୍ୟନ୍ତ ୭୬.୫୭ କୋଟି ଟଙ୍କାର ବ୍ୟବସାୟ କରିଛି।

ଖୁବ୍‌ଶୀଘ୍ର ‘ମିଶନ୍ ମଙ୍ଗଳ’ ୨୦୧୯ର ଚତୁର୍ଥ ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ହେବାକୁ ଯାଉଛି। ଜଗନ ଶକ୍ତିଙ୍କ ନିର୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ବ୍ୟତୀତ ବିଦ୍ୟା ବାଲନ, ତାପସୀ ପନ୍ନୁ, କୀର୍ତ୍ତି କୁହ୍ଲାରୀ, ସୋନାକ୍ଷୀ ସିହ୍ନା, ନିତ୍ୟା ମେନନ ଏବଂ ଶରମନ ଜୋଶୀ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ଭୂଷଣ କୁମାର ଓ ଜନ୍‍ ଆବ୍ରାହମ୍‍ଙ୍କ ପ୍ରଯୋଜନାରେ ନିର୍ମିତ ହୋଇଛି ବାଟଲା ହାଉସ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ନିଖିଲ୍‍ ଆଡ଼ଭାନୀ ବହନ କରିଛନ୍ତି। ଚଳଚ୍ଚିତ୍ରରେ ଜନ୍‍ଙ୍କ ସହିତ ଅଭିନେତ୍ରୀ ମୃଣାଳ ଠାକୁର ନଜର ଆସିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories